ପେଶାୱର ପରେ କ୍ୱେଟାରେ ବୋମା ବିସ୍ଫୋରଣ

ଇସଲାମାବାଦ,୫ ।୨: ପାକିସ୍ତାନର ବେଲୁଚିସ୍ତାନ ପ୍ରାନ୍ତରେ ଥିବା କ୍ୱେଟାରେ ରବିବାର ଏକ ପୋଲିସ ପୋଷ୍ଟକୁ ଟାର୍ଗେଟ କରି ବୋମା ବିସ୍ଫୋରଣ କରାଯାଇଛି । ଉଦ୍ଧାର କରୁଥିବା ଅଧିକାରୀମାନେ କହିଛନ୍ତି କ୍ୱେଟା ପୋଲିସ ଲାଇନ ଅଞ୍ଚଳରେ ହୋଇଥିବା ବିସ୍ଫୋରଣରେ ଅତିକମରେ ୫ ଜଣ ଆହତ ହୋଇଛନ୍ତି ।

ଘଟଣାସ୍ଥଳରେ ଉଦ୍ଧାର ଅଭିଯାନର ନେତୃତ୍ୱ ନେଉଥିବା ଇଧି କର୍ମୀ ଜିଶାନ ଅହମ୍ମଦ ପାକିସ୍ତାନି ମିଡିଆକୁ କହିଛନ୍ତି, ଆହତଙ୍କୁ କ୍ୱେଟାର ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେ କହିଛନ୍ତି ପୋଲିସ ଓ ଉଦ୍ଧାରକାରୀ ଟିମ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ରଖିଛନ୍ତି । ପ୍ରତିବନ୍ଧିତ ତହରିକ-ଏ-ତାଲିବାନ ପାକିସ୍ତାନ(ଟିଟିପି) ରବିବାର ଏକ ବୟାନ ଜାରି କରି ଏହି ଘଟଣା ପାଇଁ ନିଜକୁ ଦାୟୀ କରିଛି ।
ଏଥିରେ କୁହାଯାଇଛି କି ବିସ୍ଫୋରଣରେ ସୁରକ୍ଷା ଅଧିକାରୀଙ୍କୁ ଟାେର୍ଗେଟ କରାଯାଇଥିଲା । ବିସ୍ଫୋରଣ ରବିବାର ସକାଳେ ଏଫସି ମୁସା ଚୌକ ନିକଟରେ ହୋଇଛି । ଘଟଣାପରେ ଏହାର କିଛି ଫୁଟେଜ ସୋସିଆଲ ମିଡିଆରେ ଶେୟାର କରାଯାଇଛି ।

 

Share