ଆଫଗାନିସ୍ତାନ: କୁନ୍ଦୁଜ ସହରରେ ହିଂସା ୧୧ ମୃତ, ୩୯ ଆହତ

କାବୁଲ,୭ ।୮: ଆଫଗାନିସ୍ତାନର କୁନ୍ଦୁଜ ସହରରେ ହୋଇଥିବା ହିଂସାରେ ଅତିକମରେ ୧୧ ଜଣଙ୍କ ମୃତ୍ୟୁ ହେବା ସହ ୩୯ ଜଣ ଆହତ ହୋଇଥିବା ସୂଚନା ମିଳିଛି । କୁନ୍ଦୁଜ ସାର୍ବଜନିକ ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟର ମୁଖ୍ୟ ଏହସାନୁଲ୍ଲା ଫାଜଲି ଏହାର ସୂଚନା ଦେଇଛନ୍ତି । ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନପଟେ ତାଲିବାନ ଆଫଗାନିସ୍ତାନର ଦ୍ୱିତୀୟ ଉପକୂଳ ରାଜଧାନୀ ଶେବର୍ଗନ ସହର ଉପରେ କବଜା କରିଛି । ସମାଚାର ଏଜେନ୍ସି ଏଏଫ୍‌ପି ଏହାର ସୂଚନା ଦେଇଛି ।

Share