Categories: ଜାତୀୟ

ପଶ୍ଚିମବଙ୍ଗର ବାଣ କାରଖାନାରେ ବିସ୍ଫୋରଣ: ୭ ମୃତ

କୋଲକାତା,୧୬।୫: ପଶ୍ଚିମବଙ୍ଗର ପୂର୍ବ ମେଦିନାପୁର ଜିଲାର ଏଗ୍ରାଠାରେ ଏକ କାରଖାନା ବିସ୍ଫୋରଣ ଘଟିଛି। ଏଥିରେ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଥିବା ପୋଲିସ ସୂଚନା ଦେଇଛି। ଏହି ବିସ୍ଫୋରଣ ଏକ ବେଆଇନ ବାଣ କାରଖାନାରେ ଘଟିଛି। ବିସ୍ଫୋରଣ ପରେ ଘଟଣାସ୍ଥଳରୁ ଧୂଆଁ ବାହାରିଥିବାର ଦେଖାଯାଇଥିଲା। ଏହି ବିସ୍ଫୋରଣରେ ଏନଆଇଏ ଯାଞ୍ଚ ପାଇଁ ଭାଜପା ରାଜ୍ୟ ସଭାପତି ଦାବି କରିଛନ୍ତି। କାରଖାନାରେ ବାଣ ତିଆରି ନାଁରେ ବୋମା ଭିଡା ଚାଲିଥିବା କୁହାଯାଉଛି। ଏହି ଘଟଣାରେ ତଦନ୍ତ ଚାଲିଛି। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନା ନିଆଯାଇଛି। ଗତ ମାସରେ କାରଖାନା ଉପରେ ଚଢାଉ କରାଯାଇ ଏହାର ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। କାର୍ଯ୍ୟାନୁଷ୍ଠାନ ସତ୍ତ୍ୱେ ଏଠାରେ ବାଣ ତିଆରି କରୁଥିଲେ। ଅନ୍ୟପଟେ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଘଟଣାର ତଦନ୍ତ ପାଇଁ ସିଆଇଡି ନିର୍ଦ୍ଦେଶ ଦେଇଛନ୍ତି।

 

 

Share