ମାଓ ନିଆଁରେ ନିଖୋଜ ଅଛନ୍ତି ୬୬ଜଣ

ହଓ୍ବାଇ,୯।୯: ଆମେରିକାର ହଓ୍ବାଇ ସହରର ମାଓ ଜଙ୍ଗଲରେ ଏକ ମାସ ପୂର୍ବରୁ ବ୍ୟାପକ ଅଗ୍ପିକାଣ୍ଡ ଘଟିଥିଲା। ନିଆଁରେ ଜଙ୍ଗଲର ଅଧିକାଂଶ ଭାଗ ଜଳିପଡି ପାଉଁଶ ହୋଇଯାଇଥିଲା। ତେବେ ଏକ ଅନ୍ତର୍ଜାତୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ ହଓ୍ବାଇ ସହରର ପ୍ରାୟ ୬୬ଜଣ ନିଖୋଜ ଅଛନ୍ତି। ହୱାଇ ଗଭର୍ଣ୍ଣର ଜୋଶ ଗ୍ରୀନ କହିଛନ୍ତି ଯେ ଶ୍ରମିକମାନେ ଜଳିଯାଇଥିବା ସ୍ଥାନରୁ ଆବର୍ଜନା ଅପସାରଣ ଜାରି ରଖିଛନ୍ତି, ଯାହା ପ୍ରାୟ ଏକ ବର୍ଷ ଲାଗିପାରେ। ଅଗଷ୍ଟ ୮ରୁ ଲାଗିଥିବା ନିଆଁରେ ଐତିହାସିକ ସହରଲହିନା ଜଳିପୋଡି ପାଉଁଶ ହୋଇଯାଇଛି। ସେଠାରେ ମୃତସଂଖ୍ୟା ଏବେ ୧୧୫ରହିଛି।

ସେପ୍ଟେମ୍ବର ମାସରେ, କାଉଣ୍ଟି ଏବଂ ଫେଡେରାଲ ଅଧିକାରୀମାନେ ନିଖୋଜ ୩୮୦ରୁ ଅଧିକ ଲୋକଙ୍କ ତାଲିକା ଜାରି କରିଥିଲେ।
୬୦୦୦ରୁ ଅଧିକ ଲୋକ ହୋଟେଲ ରୁମରେ ଆଶ୍ରୟ ନେଇଛନ୍ତି ବୋଲି ଗ୍ରୀନ କହିଛନ୍ତି। ସେ କହିଛନ୍ତି, ଫେଡେରାଲର ଜରୁରୀକାଳୀନ ପରିଚାଳନା ଏଜେନ୍ସି ଆସନ୍ତା ୧୮ ମାସ ପାଇଁ ବିସ୍ଥାପିତଙ୍କ ପାଇଁ ଗୃହ ଅନୁଦାନ ଏବଂ ଭଡା ସହାୟତା ଯୋଗାଇବାରେ ସାହାଯ୍ୟ କରୁଛି।

Share