ଆମେରିକାରେ ପୁଣି ଗୁଳିକାଣ୍ଡ

ନ୍ୟୁୟର୍କ,୩୧।୧: ଆମେରିକାରେ ଗୁଳିକାଣ୍ଡ ଘଟଣା ଥମିବାର ନାଁ ନେଉନାହିଁ। ଏଠାରେ ବିଭିନ୍ନ ସହରରୁ ଏଭଳି ଘଟଣା କ୍ରମାଗତ ଘଟୁଛି। ଏଥର ଫ୍ଲୋରିଡା ସହରରେ କିଛି ଦୁର୍ବୃତ୍ତ ଚଳନ୍ତା ଗାଡିରୁ ନିର୍ଦ୍ଦିଷ୍ଟ ଭାବରେ ଗୁଳି ଚଳାଇବାରୁ ୧୦ ଜଣ ଆହତ ହୋଇଛନ୍ତି। ଏଥିମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଏହି ଘଟଣା ସମ୍ପର୍କରେ ସୂଚନା ଦେଇ ଆମେରିକୀୟ ପୋଲିସ କହିଛି ଯେ, କିଛି ଦୁର୍ବୃତ୍ତ ଏକ ସେଡାନ କାରରେ ଆସିଥିଲେ। କାରଟି ଗୋଟିଏ ସ୍ଥାନରେ କିଛି ସମୟ ଅଟକି ଗଲା, ତା’ପରେ ଦୁର୍ବୃତ୍ତମାନେ ଝରକା ପଟୁ ଗୁଳି ଚଳାଇବା ଆରମ୍ଭ କଲେ। ପରେ ସେମାନେ ସେଠାରୁ ଖସି ପଳାଇଥିଲେ। ପୋଲିସ ଏହି ଗାଡି ଖୋଜିବା ଆରମ୍ଭ କରିଛି।
ଗତ କିଛିଦିନ ହେବ ଆମେରିକାର ଅନେକ ସ୍ଥାନରେ ଗୁଳିକାଣ୍ଡ ଘଟଣା ଘଟିଛି। ଏଥିରେ ଅନେକ ଲୋକ ପ୍ରାଣ ହରାଇଛନ୍ତି।

Share