ଜାପାନରେ ବନ୍ୟା ସତର୍କ ସୂଚନା

କୁମାମୋଟୋ,୩।୭: ଦକ୍ଷିଣ-ପଶ୍ଚିମ ଜାପାନର ୩ଟି ଅଞ୍ଚଳରେ ମୁଷଳଧାରାରେ ବର୍ଷା ହେବାରୁ ୩,୬୦,୦୦୦ରୁ ଅଧିକ ଲୋକଙ୍କୁ ଘର ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରବଳ ବର୍ଷା ଯୋଗୁ ବନ୍ୟା ଓ ଭୂସ୍ଖଳନ ଭଳି ବିପଦକୁ ଦେଖି ଜାପାନ ସରକାର କୁମାମୋଟୋର ହଜାର ହଜାର ଲୋକଙ୍କୁ ନିଜ ନିଜ ଘର ଖାଲି କରିବାକୁ ପରାମର୍ଶ ଦେଇଛନ୍ତି।
ସ୍ଥାନୀୟ ଅଧିକାରୀ କହିଛନ୍ତି ସୋମବାର ଜାପାନର ଦକ୍ଷିଣ-ପଶ୍ଚିମ କ୍ୟୁଶୁ ଅଞ୍ଚଳରେ ଅତ୍ୟଧିକ ବର୍ଷା କାରଣରୁ ୟାମାତୋ ଦେଇ ଯାଇଥିବା ଏକ ଛୋଟ ନଦୀରେ ଥିବା ପୋଲ ଭାଙ୍ଗି ଯାଇଥିଲା। ସୁରକ୍ଷାକୁ ଦୃଷ୍ଟିରେ ରଖି କୁମାମୋଟୋ ସହରର ପ୍ରାୟ ୩,୬୦,୦୦୦ ଲୋକଙ୍କୁ ଘର ଖାଲି କରିବାକୁ କୁହାଯାଇଛି।

Share