ବିଧାନସଭା ଅଧିବେଶନ ପୂର୍ବରୁ ୪ ବିଧାୟକ କରୋନାରେ ଆକ୍ରାନ୍ତ

ଲକ୍ଷ୍ନୌ,୨୦।୮: କରୋନା ସଂକ୍ରମଣ ବେଳକୁ ବେଳ ଉଗ୍ର ରୂପ ନେବାକୁ ଯାଉଛି। ଉତ୍ତର ପ୍ରଦେଶ ବିଧାନସଭା ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଏବେ ସମସ୍ତଙ୍କ ମୁଣ୍ଡ ବିଗାଡିଛି ଏହି କରୋନା ମହାମାରୀ। ବିଧାନସଭା ଆରମ୍ଭ ହେବାର ପ୍ରାୟ ୨୪ ଘଣ୍ଟା ପୂର୍ବରୁ ୪ ବିଧାୟକ, ଜଣେ ଏମ୍‌ଏଲ୍‌ସି ଓ ୩୬ କର୍ମଚାରୀ କରୋନାରେ ପୀଡିତ ହୋଇଥିବା ସୂଚନା ମିଳିଛି। ସଚିବାଳୟରେ ମଧ୍ୟ ବୁଧବାର ବିଧାୟକ ଓ କର୍ମଚାରୀଙ୍କର କରୋନା ଟେଷ୍ଟ କରାଯାଇଥିଲା। ସୂଚନାଯୋଗ୍ୟ, ମଙ୍ଗଳବାର ମଧ୍ୟ ୨୪ କର୍ମଚାରୀଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିଲା। ଏହାକୁ ଦୃଷ୍ଟିରେ ରଖି ୬୫ ବର୍ଷରୁ ଊର୍ଦ୍ଧ୍ୱ ବୟସର ବିଧାୟକ ଓ ମନ୍ତ୍ରୀଙ୍କୁ ଭିଡିଓ କନଫରେସିଂ ଜରିଆରେ ଉପସ୍ଥିତି ରହିବାକୁ କୁହାଯାଇଛି।

Share