ଶଜନାଶାଗ ଖାଇଲେ ଦୂର ହୁଏ ଅନେକ ସମସ୍ୟା…

ଶଜନାଶାଗ ଖାଇଲେ ଶରୀରକୁ ବିଭିନ୍ନ ପ୍ରକାର ଉପକାର ମିଳିଥାଏ। ତେବେ ଜାଣନ୍ତିକି ଏହାକୁ ଖାଇବା ସହ ବ୍ୟବହାରକଲେ ସୌନ୍ଦର୍ଯ୍ୟ ମଧ୍ୟ ବୃଦ୍ଧି ହୋଇଥାଏ…

– ଶଜନାଶାଗ ପେଷ୍ଟ ଲଗାଇଲେ ଡାର୍କ ସ୍କିନ୍‌ ଟୋନ୍‌ ଲାଇଟ୍‌ ହୋଇଥାଏ। ଏହା ସ୍କିନ୍‌କୁ ସ୍ପଟ୍‌ଲେସ୍‌ କରିବା ସହ ସ୍କିନ୍‌ଟୋନ୍‌ ବଢ଼ାଇ ତ୍ୱଚାକୁ ଉଜ୍ଜ୍ୱଳ କରିବାରେ ସାହାଯ୍ୟ କରିଥାଏ।
– ଶଜନାଶାଗରେ କୋଲାଜେନ୍‌ ପ୍ରୋଟିନ୍‌ ଭରି ରହିଛି। ତେଣୁ ଏହା ଖାଇବା ଯେତିକି ଭଲ ଲଗାଇବା ସେତିକି ଲାଭଦାୟକ। ଏହାର ପେଷ୍ଟ ଲଗାଇବା ଦ୍ୱାରା ସ୍କିନ୍‌ ଟାଇଟ୍‌ ଏବଂ ସୁନ୍ଦର ରହିଥାଏ।
– ଶଜନାଶାଗ ପ୍ୟାକ୍‌ ଲଗାଇଲେ ତ୍ୱଚାରେ ରିଙ୍କଲ ମାର୍କ ଦେଖାଯାଇ ନ ଥାଏ। ଏହା ତ୍ୱଚାକୁ ସଫା, ଟାଇଟ୍‌ ରଖିବା ସହ ଏଜିଂ ସମସ୍ୟା ଦୂରକରି ୟଙ୍ଗ୍‌ର ଲୁକ୍‌ ଦେଇଥାଏ। ଏହି ପ୍ୟାକ୍‌ ପ୍ରସ୍ତୁତ କରିବା ଲାଗି ଶଜନାଶାଗକୁ ଶୁଖାଇ ଭଲ ଭାବେ ଗୁଣ୍ଡ କରିଦିଅନ୍ତୁ। ୧ ଚାମଚ ଗୁଣ୍ଡରେ ଅଧା ଚାମଚ ଲେମ୍ବୁରସ, ୧ ଚାମଚ ଲେଖାଏ ମହୁ ଏବଂ ଗୋଲାପଜଳ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁରେ ଲଗାଇ ୧୦ ମିନିଟ୍‌ ରଖନ୍ତୁ। ପରେ ନଖ ଉଷୁମ ପାଣିରେ ମୁହଁ ଧୋଇଦିଅନ୍ତୁ।
– ବ୍ରଣ ସମସ୍ୟା ଦୂରକରିବାରେ ଏହା ବେଶ୍‌ ଲାଭଦାୟକ। ଏଥିପାଇଁ ଶଜନାତେଲ ବ୍ୟବହାର କରନ୍ତୁ। କାରଣ ଏଥିରେ ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ଭରି ରହିଛି। ଶଜନାଶାଗକୁ ପେଷ୍ଟକରି ବି ଆପଣ ବ୍ରଣ ହୋଇଥିବା ସ୍ଥାନରେ ଲଗାଇଲେ ଉପକୃତ ହେବେ।
– ଓଠ ପାଇଁ ସବୁଠୁ ଭଲ ମଶ୍ଚରାଇଜର ଭାବେ କାମ କରିଥାଏ ଶଜନାତେଲ; ଯେଉଁଥି ଲାଗି ବିଭିନ୍ନ ଲିପ୍‌ବାମ୍‌ ଏବଂ ଲିପ୍‌ କେୟାର ପ୍ରଡକ୍ଟଗୁଡ଼ିକରେ ଏହାକୁ ବ୍ୟବହାର କରାଯାଇଥାଏ।