ମହେଶ୍ୱରପୁର ପଞ୍ଚାୟତରେ ନାନା ସମସ୍ୟା

ବ୍ରହ୍ମବରଦା,୨୬ା୧୦(ଯଯାତି କେଶରୀ ବେହେରା):ରସୁଲପୁର ବ୍ଲକ୍‌ର ମହେଶ୍ୱରପୁର ପଞ୍ଚାୟତରେ ନାନା ସମସ୍ୟା ଲାଗି ରହିଛି। ୧୩ ୱାର୍ଡର ୫ ହଜାରରୁ ଊର୍ଦ୍ଧ୍ୱ ଜନସାଧାରଣଙ୍କୁ ନେଇ ଗଠିତ ଏହି ପଞ୍ଚାୟତ କାର୍ଯ୍ୟାଳୟଟି ୪ ନମ୍ବର ୱାର୍ଡର ମଦରସା ମସଜିଦ ନିକଟରେ ଅବସ୍ଥିତ। ପଞ୍ଚାୟତ କାର୍ଯ୍ୟାଳୟଟି ଏବେ ଭୂତକୋଠି ପାଲଟିଛି। ବର୍ଷବର୍ଷ ଧରି ଏହାକୁ ସଫା କରାଯାଉ ନ ଥିବାରୁ ବର୍ଷାହେଲେ ଅଞ୍ଚଳଟି ଦୁର୍ଗନ୍ଧରେ ଫାଟି ପଡୁଛି। ଏନେଇ ଗ୍ରାମବାସୀ ସରପଞ୍ଚଙ୍କୁ ବାରମ୍ବାର କହିବା ପରେ ବି ଏହାକୁ ସଫା କରାଯାଉ ନ ଥିବା ଅଭିଯୋଗ ହୋଇଛି। ସେହିପରି ସରକାର ବିପୁଳ ଟଙ୍କା ଖର୍ଚ୍ଚକରି ଗାଁରେ ୨ଟି ଲେଖାଏ ଅଳିଆ ବୁହା ଗାଡ଼ି ଯୋଗାଇ ଦେଇଛନ୍ତି। ହେଲେ ଏଠି ଅଳିଆ ବୁହା ଗାଡ଼ି ବ୍ୟବହାର ନ ହୋଇ ପଞ୍ଚାୟତ ଅଫିସ ପରିସରରେ ପଡ଼ିରହିଛି। ପଞ୍ଚାୟତ ଅଫିସ ପରିସରରେ ଷ୍ଟ୍ରିଟ୍‌ ଲାଇଟ୍‌ ଅଛି, ହେଲେ ଜଳୁନାହିଁ। ପଞ୍ଚାୟତ ଘର ଅଳନ୍ଧୁରେ ପରିପୂର୍ଣ୍ଣ। ଅଫିସ ସମ୍ମୁଖରେ କୁଢ଼କୁଢ଼ ଅଳିଆ ଗଦା ହୋଇରହିଛି।
ପଞ୍ଚାୟତ କାର୍ଯ୍ୟାଳୟ କାନ୍ଥରେ ସୂଚନାଫଳକ ଲଗାଯାଇ ଲେଖା ହୋଇଛିଯେ, ସର୍ବସାଧାରଣ ସ୍ଥାନରେ ଅଳିଆ ପକାଇଲେ ୧୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବ। କିନ୍ତୁ ଏଠି ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ କୁଢ଼କୁଢ଼ ଅଳିଆ ଗଦା ହୋଇ ରହିଛି। ସେହିପରି ୧ ନମ୍ବର ୱାର୍ଡର ହେମନ୍ତ ସାହୁଙ୍କ ଘରଠାରୁ ଜାମ୍ମା ମସଜିଦ ପର୍ଯ୍ୟନ୍ତ ରାସ୍ତା ଶୋଚନୀୟ ହୋଇ ପଡ଼ିଥିଲା। ଏନେଇ ଧରିତ୍ରୀରେ ଖବର ପ୍ରକାଶ ପରେ ବରୀ ବିଧାୟିକା ରାସ୍ତା ମରାମତି କରିବାକୁ ୩ ଲକ୍ଷ ଟଙ୍କା ବ୍ୟୟ ବରାଦ କରିଛନ୍ତି। ସେହି ଅନୁସାରେ କାମ ଆରମ୍ଭ ହୋଇଛି। ତେଣୁ ଡ୍ରେନେଜ୍‌ ସଷ୍ଟମ କରି ପାଣି ବାହାରକୁ ଛଡ଼ାଯାଉ ବୋଲି ଗ୍ରାମବାସୀ ଦାବି କରୁଛନ୍ତି। ହେଲେ ଠିକାଦାର ରାସ୍ତାରେ ଏକ ଫୁଟ୍‌ରୁ ଦେଢ଼ଫୁଟ୍‌ ଉଚ୍ଚର ବାଲି ପକାଇ ରାସ୍ତାକୁ ଉଚ୍ଚା କରୁଛନ୍ତି। ଡ୍ରେନେଜ ନିର୍ମାଣ ନ କରି ରାସ୍ତା ଉଚ୍ଚା କରୁଥିବାରୁ ଲୋକଙ୍କ ଘରଠାରୁ ରାସ୍ତା ଉଚ୍ଚା ହେଉଛି। ଫଳରେ ବର୍ଷା ହେଲେ ଘରେ ପାଣି ପଶିବାକୁ ନେଇ ୱାର୍ଡର ୨୦ରୁ ଊର୍ଦ୍ଧ୍ୱ ପରିବାର ଅସନ୍ତୋଷ ପ୍ରକାଶ କରିଛନ୍ତି। ତେଣୁ ରାସ୍ତାକୁ ଉଚ୍ଚା ନ କରି ରାସ୍ତା କଡ଼ରେ ଡ୍ରେନେଜ ନିର୍ମାଣ କରିବାକୁ ସେମାନେ ଦାବି କରିଛନ୍ତି। ଏହି ୱାର୍ଡରେ ୨୦ରୁ ଊର୍ଦ୍ଧ୍ୱ ପରିବାର ବସବାସ କରିଥାନ୍ତି। ବିଗତ ଦିନରେ ରାସ୍ତା ତଳୁଆ ଥିବାବେଳେ ଘର ଉଚ୍ଚା ଥିଲା। ଧୀରେଧୀରେ ଲୋକ ସଂଖ୍ୟା ବୃଦ୍ଧି ସହିତ ସ୍ଥାନର ଅଭାବ ଦେଖାଗଲା। ଲୋକେ ଗଡ଼ିଆ ପୋଖରୀରେ ମାଟି ପକାଇ ଘର ନିର୍ମାଣ କରି ବସତି ସ୍ଥାପନ କଲେଣି। ଫଳରେ ବର୍ଷା ପାଣି କୁଆଡେ ଯିବାକୁ ରାସ୍ତା ପାଉନାହିଁ। ରାସ୍ତା ସାରା ପାଣି ଜମି ରହୁଛି। ଯଦ୍ଦ୍ବାରା ଗ୍ରାମବାସୀ ଯାତାୟାତରେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ରାସ୍ତାକୁ ୫ ବର୍ଷ ମଧ୍ୟରେ ୩ ଥର ନିର୍ମାଣ କରାଯାଇ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରାଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ହେଲେ ସମସ୍ୟାର ସମାଧାନ ହୋଇ ପାରୁନାହିଁ।
୨୦୨୧-୨୨ରେ ୨ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ଉକ୍ତ ରାସ୍ତା ମରାମତି କରାଯାଇଥିଲା। କିନ୍ତୁ ନିମ୍ନମାନର କାର୍ଯ୍ୟ ପାଇଁ ମାସ କେଇଟାରେ ରାସ୍ତାରୁ ଢଳେଇ ଉଠି ଯାଇଥିଲା। ଏହି ରାସ୍ତା ଉପରେ ସ୍ଥାନୀୟ ଅଞ୍ଚଳର ୫୦୦ରୁ ଊର୍ଦ୍ଧ୍ୱ ପରିବାର ନିର୍ଭରଶୀଳ। ରାସ୍ତାଟି ବ୍ରହ୍ମବରଦା ପୋଷ୍ଟ ଅଫିସ, ବ୍ରହ୍ମବରଦା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଏବଂ ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ସଂଯୋଗ କରୁଛି। ପ୍ରତ୍ୟେକ ଦିନ ଶତାଧିକ ଯାନବାହନ ଏହି ରାସ୍ତାରେ ଯାତାୟାତ କରୁଛି। ତେଣୁ ରାସ୍ତାକୁ ତୁରନ୍ତ ମରାମତି ସହିତ ଡ୍ରେନେଜ୍‌ ନିର୍ମାଣ କରିବାକୁ ଗ୍ରାମର ହେମନ୍ତ କୁମାର ସାହୁ, ଅବଦୁଲ ରୌଫ, ସୁକାନ୍ତ ସାହୁ, ଆନନ୍ଦ ଦାସ ଓ ବାପି ଦାସ ପ୍ରମୁଖ ଶତାଧିକ ଗ୍ରାମବାସୀ ଦାବି କରିଛନ୍ତି।
ଅଳିଆ ବୁହା ଗାଡ଼ି ସମ୍ପର୍କରେ ବିଡିଓ ଅବନିକାନ୍ତ ସାହୁଙ୍କୁ ପଚାରିବାରେ ସେ କହିଛନ୍ତି, ଏ ବିଷୟରେ ଜାଣିନାହାନ୍ତି। ବିଆର୍‌ସି ଅପର୍ଣ୍ଣା ମଲ୍ଲିକ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରିପାରିବେ। ବିଆର୍‌ସି ମଲ୍ଲିକଙ୍କୁ ପଚାରିବାରୁ ସେ ଅଫିସ ଆସିଲେ ଏ ଦିଗରେ ତଥ୍ୟ ପ୍ରଦାନ କରିବେ ବୋଲି ମତ ରଖିଛନ୍ତି।
ପଞ୍ଚାୟତ ଅଫିସ ସମ୍ପର୍କରେ ସରପଞ୍ଚଙ୍କ ପ୍ରତିନିଧି ଅମୂଲ୍ୟ ପାତ୍ର୍ରଙ୍କୁ ପଚାରିବାରୁ ସେ କହିଛନ୍ତି, କିଛି ମାସ ହେବ ପଞ୍ଚାୟତ କାର୍ଯ୍ୟାଳୟ ରାଜୀବ ଗାନ୍ଧୀ ସେବାକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି। ଅଳିଆ ବୁହା ଗାଡ଼ି ସମ୍ପର୍କରେ ପଚାରିବାରେ, କାହାରିକୁ ଦାୟିତ୍ୱ ଦିଆଯାଇନାହିଁ ବୋଲି ପ୍ରକାଶ କରିଛନ୍ତି।
ଅନ୍ୟପକ୍ଷରେ ପଞ୍ଚାୟତ କାର୍ଯ୍ୟାଳୟ ସ୍ଥାନାନ୍ତର ନେଇ ପୁରୁଣା ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ସୂଚନା ଫଳକ ଲଗାଯାଇ ନ ଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ରୋମାଞ୍ଚକ ମ୍ୟାଚରେ ପଞ୍ଜାବ ବିଜୟୀ, ମାତ୍ର ୯୫ ସ୍କୋରରେ କୋଲକାତା ଅଲଆଉଟ୍‌

ଚଣ୍ଡିଗଡ଼,୧୫ା୪: ଚଳିତ ଆଇପିଏଲ୍‌ରେ ମଙ୍ଗଳବାର ଖେଳାଯାଇଥିବା ଏକ ରୋମାଞ୍ଚକ ମ୍ୟାଚରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ) ୧୬ ରନରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ପରାସ୍ତ କରିଛି। ପଞ୍ଜାବ...

ପମ୍ପ ହାଉସ ତାର ଚୋରୀ ଅଭିଯୋଗରେ ୨ ଗିରଫ

ଭଞ୍ଜନଗର,୧୫/୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର, ଜଗନ୍ନାଥପ୍ରସାଦ ଓ ପୋଲସରା ବ୍ଲକର ବିଭିନ୍ନ ପମ୍ପ ହାଉସରୁ ବିଦ୍ୟୁତ୍ ତାର କାଟି ନେବା ଅଭିଯୋଗରେ ଭଞ୍ଜନଗର ପୋଲିସ ମଙ୍ଗଳବାର...

ଲଭର୍‌ ବଏ ଲୁକ୍‌ରେ ମାହି, ହାତରେ ଲାଲ୍‌ ହୃଦୟ ବେଲୁନ୍‌ ଧରି କହୁଛନ୍ତି ଡାଏଲଗ୍‌; ଅଭିନୟରେ କରିବେ ଡେବ୍ୟୁ!

ମୁମ୍ବାଇ: କ୍ରିକେଟର ଥାଲାଇଭା ଅର୍ଥାତ ମହେନ୍ଦ୍ର ସିଂ ଧୋନୀଙ୍କୁ କିଏ ବା ଭଲ ନ ପାଏ। କେହି କ୍ରିକେଟ ପ୍ରଶଂସକ ହୁଅନ୍ତୁ କି ନ ହୁଅନ୍ତୁ,...

ଆକ୍ରମଣ ମାମଲା: ଜଣେ ଅଭିଯୁକ୍ତ ଜେଲ ଗଲେ

ଦିଗପହଣ୍ଡି, ୧୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏସ.ଗୋପାଳପୁର ପଞ୍ଚାୟତ ଖାରିଗୁଡ଼ା ଗ୍ରାମ ଦଣ୍ଡନାଚ ମେରୁଯାତ୍ରାରେ ସୋମବାର କମେଣ୍ଟ ମରାକୁ କେନ୍ଦ୍ରକରି ଆକ୍ରମଣ...

କଇଁଛ ଶାବକଙ୍କ ସୁରକ୍ଷା ପାଇଁ ବେଳାଭୂମିରେ ସ୍ବେଚ୍ଛାସେବୀ ଟିମ୍‌

ଗଞ୍ଜାମ,୧୫ା୪(ବିଦ୍ୟାଧର ସାହୁ):ଗଞ୍ଜାମ ଜିଲାର ଋଷିକୁଲ୍ୟା ମୁହାଁଣ ସମୁଦ୍ର ବେଳାଭୂମିର ବାଲୁକା ଶଯ୍ୟାରେ ବେବି ଅଲିଭ ରିଡଲେ ଅଣ୍ଡାରୁ ଜନ୍ମ ହେବା ପରେ ସମୁଦ୍ର ମୁହାଁ ହୋଇ...

ସି.ଏମ ଟ୍ରଫି ଫୁଟବଲ: ଖରମୁଣ୍ଡା ୟୁଥ ଆଥଲେଟିକ ଏସୋସିଏସନ ଚାମ୍ପିଅନ

ବରଗଡ଼,୧୫।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଲେଙ୍ଗୁ ମିଶ୍ର ମିନି ଷ୍ଟାଡିୟମରେ ଚାଲିଥିବା ସି. ଏମ ଟ୍ରଫି ଫୁଟବଲ ପ୍ରତିଯୋଗିତା ମଙ୍ଗଳବାର ଉଦଯାପିତ ହୋଇଯାଇଛି। ବରଗଡ଼ ୟୁନାଇଟେଡ ସ୍ପୋର୍ଟସ...

ବିବାହର ୯ ବର୍ଷ ପରେ ଛାଡ଼ପତ୍ର ନେବାକୁ ଯାଉଛନ୍ତି ଦିବ୍ୟଙ୍କା? ଜାଣନ୍ତୁ ଖବର ପଛର ସତ

ମୁମ୍ବାଇ: ଟେଲି ପରଦାର ଲୋକପ୍ରିୟ ଯୋଡ଼ି ମଧ୍ୟରୁ ଦିବ୍ୟଙ୍କା ତ୍ରିପାଠୀ ଏବଂ ବିବେକ ଦହିଆଙ୍କ ଯୋଡ଼ି ଅନ୍ୟତମ। ଦୁହିଁଙ୍କ ବିବାହକୁ ଇତି ମଧ୍ୟରେ ୯ ବର୍ଷ...

କାଳ ବୈଶାଖୀ ରଚିଲା ତାଣ୍ଡବ: ଉପୁଡିଲା ବଡ ବଡ ଗଛ ଓ ବିଦ୍ୟୁତ ଖୁଣ୍ଟ, ଉଡିଲା ଦୋକାନର ଛପର

ପାଟଣା, ୧୫।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ସାହାରପଡା , ଉଖୁଣ୍ଡା ଓ ତୁରୁମୁଙ୍ଗା ଅଞ୍ଚଳରେ ମଙ୍ଗଳବାର ସଂଧ୍ୟାରେ କାଳ ବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image