Categories: ଜାତୀୟ

ଏନଆଇଏ ରାଡାରରେ ପଞ୍ଜାବୀ ଗାୟକ-ସଙ୍ଗିତକାର, ବେଆଇନ ଅର୍ଥ ଲୁଟ ଅଭିଯୋଗ

ନୂଆଦିଲ୍ଲୀ,୨୪ ।୧୧: ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି(ଏନଆଇଏ) ରାଡାରରେ ଆସିଛନ୍ତି କେତେଜଣ ପଞ୍ଜାବୀ ଗାୟକ ଓ ସଙ୍ଗିତକାର । ଏମାନଙ୍କ ଉପରେ ପଞ୍ଜାବ ଓ ବିଦେଶରେ ଗ୍ୟାଙ୍ଗଷ୍ଟରଙ୍କ ଦ୍ୱାରା ଅବୈଧ ଭାବେ ଅର୍ଜିତ ଅର୍ଥକୁ ମ୍ୟୁଜିକ ଇଣ୍ଡଷ୍ଟ୍ରିରେ ଲଗାଇଥିବା ଅଭିଯୋଗ ରହିଛି । ଏନଆଇଏ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ମାମଲାରେ ଖୁବଶୀଘ୍ର ଗ୍ୟାଙ୍ଗଷ୍ଟର ଲରେନ୍ସ ବିଶ୍ନୋଇକୁ ପଚରା ଉଚରା କରାଯାଇପାରେ ।
ଏନଆଇଏ ସୂତ୍ରରୁ ପ୍ରକାଶ କି ଗ୍ୟାଙ୍ଗଷ୍ଟର ଲରେନ୍ସ ବିଶ୍ନୋଇଙ୍କୁ ଗୁରୁବାର ପଞ୍ଜାବରୁ ଦିଲ୍ଲୀ ଅଣାଯିବ । ଏନଆଇଏ ଟିମ ଏ ସମ୍ପର୍କରେ ଶୀଘ୍ର ଗ୍ୟାଙ୍ଗଷ୍ଟର ଲରେନ୍ସ ବିଶ୍ନୋଇଙ୍କୁୁ ପଚରା ଉଚରା କରିବେ । ନୂଆଦିଲ୍ଲୀ ସ୍ଥିତ ଏନଆଇଏ କାର୍ଯ୍ୟାଳୟରେ ତାଙ୍କୁ ପଚରାଉଚରା କରାଯିବ ।
ବିଶେଷ ସୂତ୍ରର ସୂଚନା ଅନୁଯାୟୀ, ଏନଆଇଏ ଅଧିକାରୀ ଏହି ପଚରା ଉଚରା ସମୟରେ ଗ୍ୟାଙ୍ଗଷ୍ଟରଙ୍କ ସହ ଜଡିତ ଅନ୍ୟ କନେକଶନକୁ ବି ସାମିଲ କରିବେ । ସୂଚନାଯୋଗ୍ୟ, କିଛିଦିନ ପୂର୍ବେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଶ୍ନୋଇଙ୍କ ବିରୋଧରେ ୟୁଏପିଏ ଅବୈଧ ଗତିବିଧି ଅଧିନିୟମ ଅନୁଯାୟୀ ମାମଲା ଦାୟର କରାଯାଇଥିଲା ।

Share