ନାନା ମୁନି, ନାନା ମତ

ଅନୀତା ପଟ୍ଟନାୟକ

 

ବେଦରେ ସୁନ୍ଦର ଭାବରେ ବର୍ଣ୍ଣନା କରି କୁହାଯାଇଛି ଯେ – ‘ଏକଂ ସତ୍‌ ବିପ୍ରା ବହୁଧା ଭବନ୍ତି’ ଏହାର ଅର୍ଥ ସତ୍ୟ ହିଁ ଏକ କିନ୍ତୁ ଜ୍ଞାନୀ ବା ପଣ୍ଡିତମାନେ ଏହାକୁ ବିଭିନ୍ନ ପ୍ରକାର ବର୍ଣ୍ଣନା କରିଛନ୍ତି। ସମସ୍ତଙ୍କୁ ଗଳ୍ପ ପଢ଼ିବାକୁ ଭାରି ଭଲ ଲାଗେ। ସବୁ ବର୍ଗର ଲୋକଙ୍କୁ କ୍ଷୁଦ୍ରଗଳ୍ପ ଖୁବ୍‌ ସୁନ୍ଦର ଓ ମଧୁର ଲାଗେ। ସେଥିପାଇଁ ଯୋଗୀ ସନ୍ନ୍ୟାସୀ, ଅବତାରୀ ପୁରୁଷମାନେ ପରମ ସତ୍ୟକୁ ବୁଝାଇବା ସମୟରେ ମୂଲ୍ୟବୋଧଭିତ୍ତିକ ଗଳ୍ପର ସାହାଯ୍ୟ ନେଇଥାନ୍ତି। ଦିନେ ଆମକୁ ଦର୍ଶନଶାସ୍ତ୍ର ଶିକ୍ଷା ଦେଉଥିବା ଶିକ୍ଷକ ଆମ ଶ୍ରେଣୀଗୃହରେ ‘ଆମେ କେଉଁଠାରୁ ଆସିଛୁ? କେଉଁଠାକୁ ଯିବୁ? ଆମର ଜୀବନର ଉଦ୍ଦେଶ୍ୟ କ’ଣ?’ ବିଷୟଟିକୁ ଉପସ୍ଥାପନ କଲେ। ଆମଠାରୁ ପ୍ରଶ୍ନୋତ୍ତର ମାଧ୍ୟମରେ ସେ ଉତ୍ତର ଆଦାୟ କରିବାକୁ ଚେଷ୍ଟା କରି ପରବର୍ତ୍ତୀ କ୍ଲାସ୍‌ରେ ଏହାର ଉତ୍ତର ଦେବାକୁ କହିଥିଲେ। କିନ୍ତୁ ଭାଗ୍ୟର ବିଡ଼ମ୍ବନା ଏହାଥିଲା ଯେ ସେ ପରବର୍ତ୍ତୀ କ୍ଲାସ ନେବା ପୂର୍ବରୁ ତାଙ୍କର ବଦଳି ହୋଇଯାଇଥିଲା। କିନ୍ତୁ ଶ୍ରେଣୀଗୃହରେ ସେ ଯେଉଁ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ରଖିଥିଲେ ତାହା ଆଜି ବି ମୋର ମନେଅଛି। ସେହି ପୂଜ୍ୟ ଗୁରୁଙ୍କର ପ୍ରଶ୍ନ ଓ ଉତ୍ତର ମୁଁ ଆନନ୍ଦର ସହ ନିମ୍ନରେ ବର୍ଣ୍ଣନା କରୁଛି। ପାଠିକା ପାଠକମାନଙ୍କୁ ଅନୁରୋଧ ଏହି ପ୍ରଶ୍ନୋତ୍ତର ପଢ଼ି କେଉଁଟି ଠିକ୍‌ ଉତ୍ତର ତାହା ଜଣାଇଲେ ମୁଁ ଆନନ୍ଦିତ ହେବି।
ଶିକ୍ଷକ ସେହିଦିନ କହିଥିଲେ ଯେ ଜ୍ଞାନୀ ଗୁଣୀ ଲୋକମାନେ ଚିରନ୍ତନ ସତ୍ୟର ଅନୁସନ୍ଧାନକୁ ସେମାନଙ୍କର ମାନସିକ ଚିନ୍ତାଧାରା ସ୍ତରକୁ ନେଇ ପରିପ୍ରକାଶିତ କରିଥାନ୍ତି। ଶିକ୍ଷକ ଏହିପରି ଭାବରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ କରିଥିଲେ। ଶ୍ରେଣୀଗୃହର ସବୁଠାରୁ ଭଲପିଲା ସଞ୍ଜୟକୁ ଆମ ଶ୍ରେଣୀର ଧୃତରାଷ୍ଟ୍ର ବୋଲି ଏକ ପିଲାକୁ ଏହି ପ୍ରଶ୍ନ ପଚାରିବାକୁ କହିଲେ ଯଥା – ସେ କେଉଁଠାରୁ ଆସିଛି? କେଉଁଠାକୁ ଯିବ ଓ ତା’ର ଜୀବନର ଉଦ୍ଦେଶ୍ୟ କ’ଣ? ଧୃତରାଷ୍ଟ୍ର ଉତ୍ତର ଦେଲା – ‘ମୁଁ ମାମୁଘରୁ ଆସିଛି। ବଜାରକୁ ଯିବି, ଫଳ କିଣିବା ମୋର ଉଦ୍ଦେଶ୍ୟ’। ଶିକ୍ଷକ ଏଥର ଶ୍ରେଣୀର ଅନ୍ୟ ଜଣେ ଛାତ୍ର ଅର୍ଜୁନକୁ ଶ୍ରେଣୀର – ଅନ୍ୟ ଏକ ଛାତ୍ର ଭୀଷ୍ମକୁ ପ୍ରଶ୍ନ ପଚାରିବାକୁ କହିଲେ। ଭୀଷ୍ମ ନିଜର ଉତ୍ତର ରଖି କହିଲା – ‘ମୁଁ ମା’ବାପାଙ୍କ ପାଖରୁ ଆସିଛି। ମୋର ଜୀବନ ମୋର ଭାଗ୍ୟକୁ ନେଇ ଚାଲିଛି। ମୋର ଜୀବନର ଲକ୍ଷ୍ୟ ହେଉଛି ଯେ ମୁଁ ଏ ସଂସାରରେ ଯାହା ପାଇଛି ବା ପାଇବି ତା’ଠାରୁ ଅଧିକ କିଛି ଏ ସଂସାରକୁ ଦେବି। ମୋ ଜୀବନର ଲକ୍ଷ୍ୟ।’ ଏଥର ଶିକ୍ଷକ ଶ୍ରେଣୀର ଛାତ୍ର ପଦ୍ମପାଦକୁ ସେହି ଶ୍ରେଣୀର ଛାତ୍ର ଶଙ୍କରକୁ ଅନୁରୂପ ପ୍ରଶ୍ନ ପଚାରିବାକୁ କହିଲେ। ପଦ୍ମପାଦ ଅତ୍ୟନ୍ତ ନମ୍ରତାର ସହିତ ଉତ୍ତର ଦେଇ କହିଲା ‘ମୁଁ ପୂର୍ଣ୍ଣତାରୁ ଆସିଛି। ପୂର୍ଣ୍ଣତା ଆଡ଼କୁ ଯାଉଛି। ମୁଁ ବର୍ତ୍ତମାନ ପୂର୍ଣ୍ଣତାକୁ ଉପଲବ୍ଧି କରୁଛି। ଏହା ହିଁ ମୋର ଦୈନନ୍ଦିନ ଜୀବନ ଯାତ୍ରାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ।’ ଏଥର ଶିକ୍ଷକ ସେହି ପ୍ରଶ୍ନଟିକୁ ଆମ ଶ୍ରେଣୀର ଅନ୍ୟ ଜଣେ ଛାତ୍ର ବିବେକାନନ୍ଦକୁ ବୁଦ୍ଧ ନାମକ ଅନ୍ୟ ଏକ ଛାତ୍ରକୁ ପଚାରିବାକୁ କହିଲେ। ବୁଦ୍ଧ ମୁଦ୍ରିତ ଚକ୍ଷୁରେ ଉତ୍ତର ରଖି କହିଲା ‘ମୁଁ ଶୂନ୍ୟତାରୁ ଆସିଛି। ଶୂନ୍ୟତା ଆଡ଼କୁ ଯାଉଛି ଓ ଶୂନ୍ୟତା ହିଁ ମୋ ଜୀବନର ଏକ ମାତ୍ର ଲକ୍ଷ୍ୟ।’ ଏଥର ଶିକ୍ଷକ ଶ୍ରେଣୀର ଅନ୍ୟ ଜଣେ ଛାତ୍ର ହସ୍ତମଳକକୁ ତ୍ରୋଟକ ନାମକ ଏକ ଛାତ୍ରକୁ ଏହି ପ୍ରଶ୍ନ ପଚାରିବାକୁ କହିଲେ। ତ୍ରୋଟକ ପ୍ରେମପୂର୍ଣ୍ଣ ଭାବେ ଉତ୍ତର ଦେଇ କହିଲେ ‘ମୁଁ ଆସିନାହିଁ। ମୁଁ କେଉଁଠାକୁ ଯାଉନାହିଁ। ତେଣୁ ମୋର ଜୀବନର ଲକ୍ଷ୍ୟ ନାହିଁ।’ ଏଥର ଶିକ୍ଷକ ଆମ ଶ୍ରେଣୀର ସତ୍ୟବନ୍ତ ଓ ଧୀରସ୍ଥିର ଛାତ୍ର ଯୁଧିଷ୍ଠିରକୁ ସେହି ଶ୍ରେଣୀର ଅନ୍ୟ ଜଣେ ଛାତ୍ର କୃଷ୍ଣକୁ ଅନୁରୂପ ପ୍ରଶ୍ନ ପଚାରିବାକୁ କହିଲେ। କୃଷ୍ଣ ଉତ୍ତର ଦେବା ଭଙ୍ଗୀରେ ଠିଆ ହେଲେ। କିନ୍ତୁ ଏ କ’ଣ? ତାଙ୍କର କୌଣସି ଉତ୍ତର ନ ଥିଲା। କେବଳ ଥିଲା ‘ସ୍ମିତହାସ୍ୟ’ ଶିକ୍ଷକ କହିଲେ କୃଷ୍ଣ ଏହି ପ୍ରଶ୍ନର ଉତ୍ତର କ’ଣ କେବଳ ସ୍ମିତହାସ୍ୟ। ସେ ଉତ୍ତର ଦେଇଥିଲେ ‘ହଁ ସାର୍‌’।
ଏଥର ପଲ୍ଲବୀକୁ ମତେ ସେହି ପ୍ରଶ୍ନ ପଚାରିବାକୁ କହିଲେ, ମୁଁ ଉତ୍ତରରେ କହିଲି ‘ମୁଁ ନିରାକାର ଥିଲି, ମାତୃଗର୍ଭରେ ଧୀରେ ଧୀରେ ମୁଁ ଆକାର ନେଲି। ପ୍ରତିଦିନ ମୋର ଚେଷ୍ଟା ହେଉଛି ମୋର ଏହି ଆକାରକୁ ଛାଡ଼ି ମୁଁ କିପରି ନିରାକାର ହୋଇଯିବି। ମୋର ଜୀବନର ଲକ୍ଷ୍ୟ ହେଉଛି ଯେ କିପରି ମତେ ଆଉଥରେ ଆକାର ନେବାକୁ ପଡ଼ିବ ନାହିଁ।’
ଦୁଃଖର ବିଷୟ ଶ୍ରେଣୀର ଦର୍ଶନଶାସ୍ତ୍ରର ଶିକ୍ଷକ ବଦଳି ହୋଇଯିବାରୁ ଆଜି ପର୍ଯ୍ୟନ୍ତ ଠିକ୍‌ ଉତ୍ତର ପାଇପାରିନାହିଁ। କେଉଁଟି ଠିକ୍‌ ଉତ୍ତର ଜଣାଇଲେ ମୁଁ ଚିରୋପକୃତ ହେବି।
ଅବସରପ୍ରାପ୍ତ ପ୍ରାଧ୍ୟାପିକା,
ସେକ୍ଟର-୧୦, ସିଡିଏ, କଟକ
ମୋ: ୯୬୯୨୯୮୦୦୨୬


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ଶାନ୍ତି ପାଇଁ ଆଶା

ପୃଥିବୀ ଶାନ୍ତିମୟ ସେତେବେଳେ ହେବ, ଯେତେବେଳେ ପୃଥିବୀରେ ରହୁଥିବା ସବୁ ଲୋକ ଶାନ୍ତିରେ ରହିବେ। କେତେବେଳେ ଜଣେ ଖୁସି ହେବେ? ଯେତେବେଳେ ଲୋକେ ଉତ୍ତେଜନା ମୁକ୍ତ...

ପରିଧାନ ଓ ବ୍ୟକ୍ତିତ୍ୱ

ବର୍ଣ୍ଣାଡ ଶଙ୍କ ସମ୍ମାନାର୍ଥେ ଏକ ବ୍ରିଟିଶ୍‌ କ୍ଲବରେ ଭୋଜିର ଆୟୋଜନ କରାଯାଇଥାଏ। ସେହି କ୍ଲବରେ ପ୍ରବେଶକାରୀଙ୍କ ପାଇଁ ସୁଟ୍‌ ଓ ଟାଇ ପିନ୍ଧିବା ଏକ ବାଧ୍ୟତାମୂଳକ...

ଉଚିତ ପଦକ୍ଷେପ

ଅଭିନେତ୍ରୀ ତଥା ମଡେଲ କାଦମ୍ବରୀ ଜେଟ୍‌ୱାନୀଙ୍କ ଅନୁଚିତ ଗିରଫଦାରିକୁ ନେଇ ଆନ୍ଧ୍ରପ୍ରଦେଶର ତିନିଜଣ ବରିଷ୍ଠ ଆଇପିଏସ୍‌ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି। ଏହି ଘଟଣା କ୍ଷମତାର ଅପବ୍ୟବହାର...

ଏଇ ଭାରତରେ

ପେସାରେ ଶିକ୍ଷୟିତ୍ରୀ ହେଲେ ବି ଫୁଲଚାଷ ତାଙ୍କ ପାଇଁ ଆଣିଛି ସ୍ବତନ୍ତ୍ର ପରିଚୟ। କେରଳ ଥ୍ରିଶୂର ଜିଲା ବାସିନ୍ଦା ଲତିକା ସୁତାନ ବଗିଚାରେ ପଦ୍ମ ଓ...

ଅକାଳ ଜାତ ଶିଶୁ ଓ କଙ୍ଗାରୁ ଯତ୍ନ

ଶ୍ୱ ସ୍ବାସ୍ଥ୍ୟ ସଂସ୍ଥା ୨୦୨୦ ମସିହାରେ କରିଥିବା ଏକ ଆକଳନ ଅନୁସାରେ ପ୍ରତିବର୍ଷ ଗର୍ଭଧାରଣର ସାଧାରଣ ସମୟକାଳ, ଅର୍ଥାତ୍‌ ୩୭ ସପ୍ତାହ ସମ୍ପୂର୍ଣ୍ଣ ହେବା ପୂର୍ବରୁ...

ଆଧୁନିକ ଦାସତ୍ୱ

ଦାସତ୍ୱ କଥା ଆଲୋଚନା ହେଲେ ଆମେରିକା କଥା ମନକୁ ଆସେ। ଏହା ସହ ଆଫ୍ରିକାରେ ଅଭାବ, ଅନଟନରେ ଶଢ଼ୁଥିବା ମଣିଷକୁ କ୍ରୀତଦାସ ରୂପେ କ୍ରୟ, ବିକ୍ରୟ...

ମିଥେନ୍‌ ଚିନ୍ତା

ପୃଥିବୀର ଉତ୍ତର ଗୋଲାର୍ଦ୍ଧରେ ଗ୍ରୀଷ୍ମ ଶେଷ ହେବାକୁ ଯାଉଛି। ଏହି ସମୟରେ ଏଠାରେ ଅତ୍ୟଧିକ ତାପମାତ୍ରା ବୃଦ୍ଧି ରେକର୍ଡ କରାଯାଇଛି। ୨୦୨୩କୁ ଟପି ୨୦୨୪ ସବୁଠୁ...

ଏଇ ଭାରତରେ

ମହିଳା ସଶକ୍ତୀକରଣ ଓ ଆମତ୍ନିର୍ଭରଶୀଳର ବାର୍ତ୍ତା ଦେଇଛନ୍ତି ବୀଣା ଟମ୍‌। କେରଳର ମାରଙ୍ଗାଟ୍ଟୁପାଲିରେ ରହୁଥିବା ଏହି ୫୬ ବର୍ଷୀୟା ମହିଳା ଜଣକ ନିଜ ବଗିଚାରେ ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri