Categories: ଜାତୀୟ

ଅଣ୍ଡରୱାର୍ଲଡ ସହ ରହିଛି ନୱାବ ମଲିକଙ୍କ ସିଧା ସମ୍ପର୍କ: ଫଡନବିଶ

ମୁମ୍ବାଇ,୯ ।୧୧: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିଶ ଏନ୍‌ସିପି ନେତା ନୱାବ ମଲିକଙ୍କ ଉପରେ କିଛି ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଆଣିଛନ୍ତି । ମଙ୍ଗଳବାର ଏକ ଖବରଦାତା ସମ୍ମିଳନୀରେ ଫଡନବିଶ କହିଛନ୍ତି ନୱାବ ମଲିକଙ୍କ ସମ୍ପର୍କ ସିଧାସଳଖ ଅଣ୍ଡୱାର୍ଲଡ ସହ ରହିଛି । ମୁମ୍ବାଇରେ ସେ ଓ ତାଙ୍କ ସମ୍ପର୍କୀୟ କିଣିଥିବା ୫ ଜମି ମଧ୍ୟରୁ ୪ର ସମ୍ପର୍କ ଅଣ୍ଡୱାର୍ଲଡ ସହ ରହିଛି ବୋଲି ଫଡନବିଶ କହିଛନ୍ତି । ଭାରତୀୟ ଜନତା ପାର୍ଟି(ଭାଜପା) ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଫଡନବିଶ କହିଛନ୍ତି, ମୁଁ ଯାହା କହିବାକୁ ଯାଉଛି ନା ସେ ସଲିମ ଜାଭେଦଙ୍କ ଷ୍ଟୋରି ନା ଇଣ୍ଟରଭାଲ ପରର ପିକ୍‌ଚର । ଏହା ବହୁତ ଗମ୍ଭିର ଓ ରାଷ୍ଟ୍ରର ସୁରକ୍ଷା ସହ ଜଡିତ । ସେ ଦୁଇଟି କ୍ୟାରେକ୍ଟର ବିଷୟରେ ଜାଣିଥିବା ପ୍ରକାଶ କରିଛନ୍ତି । ଜଣେ ହେଉଛନ୍ତି ଆତଙ୍କବାଦୀ ଶହା ୱଲି ଅଲି ଖାଁ, ଯେ କି ୧୯୯୩ ବୋମା ବିସ୍ଫୋରଣର ଅଭିଯୁକ୍ତ । କୋର୍ଟ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଦ୍ୱିତୀୟ କ୍ୟାରେକ୍ଟର ହେଉଛନ୍ତି ସଲିମ ପଟେଲ, ଯିଏ ଦାଉଦଙ୍କ ସହ ଫଟୋରେ ନଜର ଆସିଥିଲେ । ସେ ହସିନା ପାରକରଙ୍କ ବଡିଗାର୍ଡ ବି ଥିଲେ ।

Share