ଘରୁ ବାହାରିଲେ ମାଳ ମାଳ ନାଗ ସାପ

ଭଦ୍ରକ ଅଫିସ,୨୬।୬-ଗୋଟିଏ କି ଦୁଇଟି ନୁହିଁ। ଏକାବେଳେ ୪୦ରୁ ଊର୍ଦ୍ଧ୍ୱ ସାପ ଉଦ୍ଧାର ହୋଇଛି। ଏଭଳି ଘଟଣା ଭଦ୍ରକ ବ୍ଲକ କଲେଇ ପଞ୍ଚାୟତ ରଙ୍ଗରାଜପୁର ଗ୍ରାମରେ ଶୁକ୍ରବାର ଦେଖିବାକୁ ମିଳିଛି। ଗ୍ରାମର ବିଜୟ ବିଶ୍ୱାଳଙ୍କ ଘରୁ ଭଦ୍ରକର ସ୍ନେକ ହେଲଫ ଲାଇନ ସଦସ୍ୟ ମିର୍ଜା ଅରିଫ ୪୩ ଟି ଛୁଆସାପ, ୫୮ଟି ଅଣ୍ଡା ଓ ମା ନାଗକୁ ଉଦ୍ଧାର କରିଛନ୍ତି। ଗତ ୮ ଦିନ ହେଲା ବିଜୟଙ୍କ ପରିବାର ଲୋକ ଘରେ ସାପ ବୁଲୁଥିବା ଦେଖିବାକୁ ପାଇଥିଲେ। ଫଳରେ ପରିବାର ଲୋକେ ଭୟରେ ଘର ବାହାରେ ଶୋଉଥିଲେ। ଖବରପାଇ ମିର୍ଜା ଘଟଣାସ୍ଥଳରେ ପହଞ୍ଚି ମାଟି ଘରର କାନ୍ଥ ଖୋଳିବା ପରେ ସାପ ଗୁଡିକୁ ଉଦ୍ଧାର କରିଥିଲେ।

Share