Categories: ଜାତୀୟ

ଏବେ ମିଳିବନି ଥଣ୍ଡାରୁ ମୁକ୍ତି

ନୂଆଦିଲ୍ଲୀ,୧୮ ।୧: ଦେଶର କିଛି ଅଞ୍ଚଳରେ ହାଡଭଙ୍ଗା ଶୀତ ପଡିଛି । ଉତ୍ତର ଭାରତରେ ବେଳକୁ ବେଳ ଥଣ୍ଡାର ପରିମାଣ ବଢିବାରେ ଲାଗିଛି । ଏହାସହ ଘନ କୁହୁଡି ମଧ୍ୟ ଦେଖାଦେଇଛି । ଏହାକୁ ଦେଖି ପାଣିପାଗ ବିଭାଗ ଅନୁମାନ କରିଛି କି ପଞ୍ଜାବ, ଚଣ୍ଡିଗଡ଼, ଦିଲ୍ଲୀ, ଉତ୍ତର-ପଶ୍ଚିମ ରାଜସ୍ଥାନ, ଉତ୍ତର-ପଶ୍ଚିମ ମଧ୍ୟପ୍ରଦେଶ, ପଶ୍ଚିମ ଉତ୍ତର ପ୍ରଦେଶ, ବିହାର, ଆସାମ ଓ ମେଘାଳୟରେ ଘନ କୁହୁଡି ଦେଖାଦେବ । ଆଇଏମ୍‌ଡିର ସୂଚନା ଅନୁଯାୟୀ, ଘନ କୁହୁଡି ଯୋଗୁ ସୋମବାର କେତେକ ସ୍ଥାନରେ ୨୫ ମିଟର ପର୍ଯ୍ୟନ୍ତ ଦୃଶ୍ୟମାନ ହେଉ ନ ଥିବା ବେଳେ କେଉଁଠି କେଉଁଠି ୫ଶହ ମିଟର ପର୍ଯ୍ୟନ୍ତ ବି ଦୃଶ୍ୟମାନ ହେଉନାହିଁ । ତେଣୁ ନିକଟରେ ଥଣ୍ଡାର ପରିମାଣ ମଧ୍ୟ କମ୍ ହେବ ନାହିଁ ବୋଲି କିହିଛି ପାଣିପାଗ ବିଭାଗ ।

Share