ନୂଆଦିଲ୍ଲୀ,୨୬ା୧- ଦେଶର ୭୨ତମ ସାଧାରଣତନ୍ତ୍ର ପରେଡରେ ଦେଖିବାକୁ ମିଳିଛି ଅଯୋଧ୍ୟାରେ ହେବାକୁ ଥିବା ଭବ୍ୟ ରାମ ମନ୍ଦିରର ମଡେଲ। ଏହା ଦେଖି ମଙ୍ଗଳବାର ସକାଳେ ରାଜପଥରେ ଉପସ୍ଥିତ କେନ୍ଦ୍ର ମନ୍ତ୍ରୀଙ୍କ ସମେତ ବହୁ ସଂଖ୍ୟାରେ ଦର୍ଶକମାନେ ଛିଡ଼ା ହୋଇ ତାଳି ମାରିଥିଲେ।
ଅଯୋଧ୍ୟାର ପ୍ରତିକରେ ଦୀପଉତ୍ସବ, ରାମାୟଣର କିଛି କାହାଣୀ ସହ ବାଲ୍ମିକୀଙ୍କ ବିରାଟ ପ୍ରତିମୂର୍ତ୍ତିକୁ ସ୍ଥାନ ଦିଆଯାଇଛି। ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଲାଗି ୨୦୧୯ରେ ସୁପ୍ରିମକୋର୍ଟଙ୍କ ଅନୁମତି ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତବର୍ଷ ଅଗଷ୍ଟରେ ଭିତ୍ତିପ୍ରସ୍ତର ସ୍ଥାପନା ଭୂମି ପୂଜନ କରିଥିଲେ। ଭବ୍ୟ ରାମ ମନ୍ଦିରର ନିର୍ମାଣ ୨୦୨୩ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।