Categories: ଜାତୀୟ

‘ଅନେକ ଥର ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ଭାବିଲେଣି, କିନ୍ତୁ ଏହି ପଦ ମୋତେ ଛାଡୁନାହିଁ’

ଜୟପୁର,୪।୮: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ମୁଖ୍ୟମନ୍ତ୍ରୀ ପଦକୁ ନେଇ ନିଜ ମତ ଦେଇଛନ୍ତି। ସେ ବେଳେବେଳେ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ଚିନ୍ତା କରନ୍ତି, କିନ୍ତୁ ତାଙ୍କୁ ପଦ ଛାଡୁ ନ ତତ୍ବା ସେ କହିଛନ୍ତି।
ମୁଖ୍ୟମନ୍ତ୍ରୀ ଗେହଲଟ ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ରାଜ୍ୟର ବିଭିନ୍ନ ମେଡିକାଲ ପ୍ରତିଷ୍ଠାନର ଉଦଘାଟନ କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସ ମାଧ୍ୟମରେ ଅଙ୍ଗ ଦାନର ଲାଭାର୍ଥୀଙ୍କ ସହ କଥାବାର୍ତ୍ତା ହୋଇଥିଲେ। ଏହି ସମୟରେ ଜଣେ ମହିଳା ତାଙ୍କ ସଫଳ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା ସହ କହିଥିଲେ ଯେ, ସେ ଚାହୁଁଛନ୍ତି ଯେ ଗେହଲୋଟ ମୁଖ୍ୟମନ୍ତ୍ରୀ ଭାବରେ ଜାରି ରଖନ୍ତୁ।
ଏହା ଉପରେ ଗେହଲୋଟ ହସି ହସି କହିଥିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ ପଦ ଅନେକ ଥର ମୁଁ ଛାଡ଼ିବାକୁ ଚିନ୍ତା କରେ … କିନ୍ତୁ ଏହି ପଦ ମୋତେ ଛାଡ଼ୁନାହିଁ। ଏବେ ଦେଖିବା ପରେ କଣ ହେବ। ସୂଚନାଯୋଗ୍ୟ, ଚଳିତ ବର୍ଷ ଶେଷ ସୁଦ୍ଧା ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ।

 

Share