ରୁଷିଆ ସେନାର ହଣ୍ଟ୍‌ ଟୁ କିଲ୍‌ ମିଶନ, ତାଲିକାରେ ଜେଲେନକ୍ସି ସମେତ ବହୁ ଶୀର୍ଷ ନେତା…

ମସ୍କୋ/କ୍ୱିଭ୍‌, ୩୦।୫ : ୟୁକ୍ରେନରେ ଯୁଦ୍ଧ ସମାପ୍ତ ନହେଉଥିବାରୁ ରୁଷିଆର ସୈନ୍ୟବାହିନୀ ଏକ ହଣ୍ଟ୍‌ ଟୁ କିଲ୍‌ ମିଶନ ଆରମ୍ଭ କରିଛନ୍ତି। ଏହି ମିଶନର ଉଦ୍ଦେଶ୍ୟ ହେଉଛି ୟୁକ୍ରେନର ବରିଷ୍ଠ ନେତା ଓ ଅଧିକାରୀମାନଙ୍କୁ ହତ୍ୟା କରିବା। ଏହି ମିଶନରେ ରୁଷିଆ ସେନାର ଲଢୁଆ କମାଣ୍ଡୋ ଅଛନ୍ତି। ଯେଉଁମାନେ ସହରାଞ୍ଚଳରେ ଯୁଦ୍ଧ, ଆମ୍ବୁସ ଏବଂ ରାସାୟନିକ ଏବଂ ଜୈବିକ ଯୁଦ୍ଧରେ ବେଶ୍‌ ପାରଙ୍ଗମ।

ଗୁପ୍ତଚର ଏଜେନ୍ସିଗୁଡ଼ିକଠାରୁ ହଣ୍ଟ୍‌ ଟୁ କିଲ୍‌ ମିଶନ ସମ୍ପର୍କରେ ଇନପୁଟ ପରେ ୟୁକ୍ରେନ ରାଜଧାନୀ କ୍ୱିଭ୍‌ ଏବଂ ଏହାର ଆଖପାଖ ପ୍ରମୁଖ ସହରରେ ସୁରକ୍ଷା ବୃଦ୍ଧି କରାଯାଇଛି। କେବଳ ଏତିକି ନୁହେଁ, ସହରକୁ ଆସୁଥିବା ଏବଂ ଯାଉଥିବା ଲୋକଙ୍କୁ କଡ଼ା ଯାଞ୍ଚ୍‌ କରାଯାଉଛି।

ସମସ୍ତ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଉପରେ ୟୁକ୍ରେନ ଏଜେଣ୍ଟମାନେ ତୀକ୍ଷ୍ଣ ନଜର ରଖିଛନ୍ତି। ହଣ୍ଟ୍‌ ଟୁ କିଲ୍‌ ମିଶନ ତାଲିକାରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କଙ୍କଠାରୁ ଆରମ୍ଭ କରି ବହୁ ଶୀର୍ଷସ୍ତରୀୟ ନେତାଙ୍କ ନାମ ରହିଛି।

Share