ପତ୍ନୀଙ୍କ ପାଦ ସେବା କଲେ ସଞ୍ଜୟ: ପ୍ରଂଶସକ କହିଲେ, ଲଗେ ରହୋ ମୁନ୍ନାଭାଇ

ମୁମ୍ବାଇ: ସଞ୍ଜୟ ଦତ୍ତ ଓ ପତ୍ନୀ ମାନ୍ୟତା ଦତ୍ତ ବଲିଉଡ୍‌ର କ୍ୟୁଟ କପଲ୍ସ ମଧ୍ୟରୁ ଅନ୍ୟତମ। ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତ କୌଣସି ନା କୌଣସି କାରଣରୁ ସବୁବେଳେ ଚର୍ଚ୍ଚାରେ ରହୁଥିବା ବେଳେ ମାନ୍ୟତା ମଧ୍ୟ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ। ପ୍ରାୟ ସମୟରେ ଦୁହେଁ ପରସ୍ପର ସହ ବିତାଉଥିବା କ୍ୱାଲିଟି ଟାଇମ୍‌ର ଫଟୋ ଓ ଭିଡିଓ ଶେୟାର କରିଥାନ୍ତି। ୨୦୦୮ରେ ସଞ୍ଜୟ ଓ ମାନ୍ୟତା ବିବାହ ବନ୍ଧନରେ ବାନ୍ଧି ହୋଇଥିବା ବେଳେ ନିକଟରେ ଦୁହିଁଙ୍କ ବିବାହକୁ ୧୪ବର୍ଷ ପୁରିଛି।

ଏହି ଅବସରରେ ମାନ୍ୟତା ଏକ ସୁନ୍ଦର ଭିଡିଓ ଶେୟାର କରି ସଞ୍ଜୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ଭିଡିଓରେ ସଞ୍ଜୟ ମାନ୍ୟତାଙ୍କ ସେବାରେ ଲାଗିପଡ଼ିଥିବା ଦେଖିବାକୁ ମିଳିଛି। ମାନ୍ୟତା ବିଶ୍ରାମ କରୁଥିବା ବେଳେ ସଞ୍ଜୟ ତାଙ୍କ ପାଦ ସେବା କରୁଥିବା ନଜର ଆସିଛନ୍ତି। ତାଙ୍କର ଏହି ରୋମାଣ୍ଟିକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପ୍ରଶଂସକମାନେ ଏହି ଭିଡିଓକୁ ବେଶ୍‌ ପ୍ରଂଶସା କରିବା ବିଭିନ୍ନ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି। ଜଣେ ୟୁଜର୍ସ ଲେଖିଛନ୍ତି, ଲଗେ ରହୋ ମୁନ୍ନାଭାଇ।

Share