ସଞ୍ଜୟ ଦତ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ଏମିତି କହିଲେ ସ୍ତ୍ରୀ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତ ଫୁସ୍‌ଫୁସ୍‌ କ୍ୟାନସରରେ ପୀଡ଼ିତ। ମଙ୍ଗଳବାର ରାତିରେ ଏହି ଖବର ଜଣାପଡ଼ିବା ପରେ ଫିଲ୍ମ ଇଣ୍ଡଷ୍ଟ୍ରି ଏବଂ ପରିବାର ଲୋକଙ୍କୁ ଶକ୍ତ ଧକ୍କା ଲାଗିଛି। ସଞ୍ଜୟଙ୍କ ସ୍ତ୍ରୀ ମାନ୍ୟତା ସଞ୍ଜୁଙ୍କ ପ୍ରଶଂସକମାନଙ୍କୁ ପ୍ରାର୍ଥନା କରିବାକୁ ନିବେଦନ କରିଛନ୍ତି। ଯଦିଓ ସେ ଏହି ରୋଗ ବିଷୟରେ କିଛି ଖୋଲି କହିନାହାନ୍ତି, କିନ୍ତୁ ସେ ସଞ୍ଜୟଙ୍କୁ ଜଣେ ଯୋଧ୍ୟା ବୋଲି କହିଛନ୍ତି।
ମାନ୍ୟତା ଲେଖିଛନ୍ତି, ଯେଉଁମାନେ ସଞ୍ଜୁଙ୍କ ଆରୋଗ୍ୟ ପାଇଁ ପ୍ରାର୍ଥନା କରିଛନ୍ତି ମୁଁ ସେମାନଙ୍କୁ ଧନ୍ୟବାଦ ଦେଉଛି। ଏହି ଗମ୍ଭୀର ପରିସ୍ଥିତିରୁ ବାହାରିବା ପାଇଁ ଆପଣମାନଙ୍କ ପ୍ରାର୍ଥନା କାମନା କରୁଛି। ଅତୀତରେ ଏହି ପରିବାର ବହୁତ କ୍ଷତି ସହିଛନ୍ତି। ମୋ’ର ବିଶ୍ୱାସ ଏହି ଦୁଃସମୟ ମଧ୍ୟ ଟଳିଯିବ। ଆପଣମାନଙ୍କୁ ଅନୁରୋଧ ସଞ୍ଜୁଙ୍କ ସମ୍ପର୍କରେ ଯେକୌଣସି ଗୁଜବକୁ ଅଣଦେଖା କରନ୍ତୁ। ଆମମାନଙ୍କୁ ସାହାଯ୍ୟ ସହଯୋଗ କରନ୍ତୁ। ଆପଣମାନଙ୍କର ସ୍ନେହ, ପ୍ରେମ ସର୍ବଦା ଆମ ପ୍ରତି ରହିଥାଉ।
‘ସଞ୍ଜୁ ସର୍ବଦା ଜଣେ ଯୋଦ୍ଧା ଭାବେ ରହିଆସିଛନ୍ତି ଏବଂ ଏଥିପାଇଁ ଆମ ପରିବାର ମଧ୍ୟ ଯୁଦ୍ଧ କରୁଛନ୍ତି। ଏହି ଚ୍ୟାଲେଞ୍ଜ ଦେଇ ଭଗବାନ ଆମକୁ ପୁଣି ଥରେ ପରୀକ୍ଷା କରିଛନ୍ତି। ଆମେ ଆପଣମାନଙ୍କ ପ୍ରେମ ଏବଂ ଆଶୀର୍ବାଦ କାମନା କରୁଛୁ। ଆମେ ଜାଣୁ ଏଥର ମଧ୍ୟ ଆମେ ଜିତିବୁ।

Share