Categories: ଜାତୀୟ

ବିଦ୍ୟୁତ୍‌ ବିଲ୍‌ ଦେଖି ପ୍ରସିଦ୍ଧ କବିଙ୍କୁ ଲାଗିଲା ଝଟ୍‌କା

ପ୍ରସିଦ୍ଧ କବି ମଞ୍ଜର ଭୋପାଳୀଙ୍କୁ ବିଜୁଳି ବିଭାଗ ପକ୍ଷରୁ ଏକ ବଡ଼ ଝଟକା ଲାଗିଛି। ଜୁନ ମାସରେ ମଞ୍ଜର୍‌ଙ୍କ ବିଦ୍ୟୁତ୍‌ ବିଲ୍‌ ୩୬ ଲକ୍ଷ ଟଙ୍କାରୁ ଅଧିକ ହୋଇଛି। ଏମ୍‌ପି ସେଣ୍ଟ୍ରାଲ ଡିସକମ ପକ୍ଷରୁ ଏହି ବିଲ୍‌ ମଞ୍ଜରଙ୍କୁ ପଠାଯାଇଛି। ବିଦ୍ୟୁତ୍‌ ବିଲ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହା ପରେ ସେ ମଧ୍ୟପ୍ରଦେଶ ବିଦ୍ୟୁତ କମ୍ପାନୀ ସହିତ ଯୋଗାଯୋଗ କରିଥିଲେ। କମ୍ପାନୀ ଦ୍ୱାରା କୁହାଯାଇଛି ଯେ, ବିଲିଂ ସଫ୍ଟୱେର୍‌ରେ ଏକ ଭୁଲ ଅଛି, ଏହାକୁ ଶୀଘ୍ର ସଂଶୋଧନ କରାଯିବ। ମଞ୍ଜର ଭୋପାଳୀ କୋହେଫିଜା ଅଞ୍ଚଳରେ ରୁହନ୍ତି। ଯେତେବେଳେ ତାଙ୍କ ଘରକୁ ୩୬ ଲକ୍ଷ ୮୬ ହଜାର ୬୬୦ଟଙ୍କା ବିଦ୍ୟୁତ୍‌ ବିଲ ଆସିଲା ସେତେବେଳେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସର୍ବପ୍ରଥମେ, ସେ ରବିବାର ସକାଳେ ମୋବାଇଲରେ ଏକ ମେସେଜ ପାଇଥିଲେ। ବିଲ ଦାଖଲ କରିବାର ଶେଷ ତାରିଖ ଏଥିରେ ଜୁନ୨୧ ଭାବରେ ଲେଖାଯାଇଥିଲା। ଏହା ପରେ, ସେ ଡିସକମର ପୋର୍ଟାଲକୁ ଯାଇ ଦେୟ ରାଶି ଯାଞ୍ଚ କରିଥିଲେ, ତା’ପରେ ସେଠାରେ ମଧ୍ୟ ସମାନ ରାଶି ଦେଖାଯାଇଥିଲା। ଏହା ପରେ ସେ ଅଭିଯୋଗ କରିଥିଲେ।
୩୬ ଲକ୍ଷ ବିଦ୍ୟୁତ୍‌ ବିଲ ଆସିବା ପରେ ମଞ୍ଜର ଭୋପାଳୀ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି ଯେ, ୩୬ ଲକ୍ଷ ୮୬ ହଜାର ୬୬୦ଟଙ୍କା ବିଦ୍ୟୁତ୍‌ ବିଲ ମୋ ଘର ସରକାର ପଠାଇଛନ୍ତି । ମଧ୍ୟପ୍ରଦେଶ ଗଜବ। କଥାଗୁଡା ଅଜବ। ମୁଁ ତ ଏତିକି କହିବି, ଆପଣମାନେ ବଞ୍ଚନ୍ତୁ ହଜାର ବର୍ଷ, ଲୋକମାନେ ହୁଅନ୍ତୁ କାଙ୍ଗାଳ।

Share