ଭଞ୍ଜନଗର,୧୨।୧୧(ବାବୁଲା ପ୍ରଧାନ): ଗଞ୍ଜାମ କନ୍ଧମାଳ ଜିଲା ସୀମାରେ ଲାଗିଛି ମାଓ ପୋଷ୍ଟର। ଭଞ୍ଜନଗର ଥାନା ଅନ୍ତର୍ଗତ ଦୁର୍ଗାପ୍ରସାଦରେ ମାଓ ପୋଷ୍ଟର୍ ଶନିବାର ରାତିରେ ମରାଯାଇଛି। ରବିବାର ସକାଳେ ଏହି ଘଟଣା ଜଣାପଡିବା ପରେ ସମ୍ପୃକ୍ତ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ପୋଷ୍ଟର୍ଟି ମାଓବାଦୀମାନେ ମାରିଛନ୍ତି ନା କୌଣସି ଅସାମାଜିକ ବ୍ୟକ୍ତି ଏଭଳି କରିଛନ୍ତି ତାହା ଠିକ ଭାବେ ଜଣାପଡିନାହିଁ।