ବିଧାୟକଙ୍କ ଗାଡି ଉପରକୁ ଗୁଳି ଚଳାଇଲେ ମାଓବାଦୀ

ମାଲକାନଗିରି, ୧୮ା୪(ଡି.ଏନ.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲାରେ ମାଓବାଦୀମାନେ ଜନ ପ୍ରତିନିଧିମାନଙ୍କୁ ଟାର୍ଗେଟ୍‌ କରି ମଙ୍ଗଳବାର ଆକ୍ରମଣ କରିଛନ୍ତି। ବିଜାପୁର ନିକଟସ୍ଥ ଗଙ୍ଗାଲୁର ହାଟକୁ ଏକ କାର୍ଯ୍ୟକ୍ରମରେ ଯାଇ ଫେରୁଥିବା ବେଳେ ପେଡା ଗ୍ରାମ ନିକଟରେ ବିଧାୟକ ବିକ୍ରମ ମାଣ୍ଡାଭିଙ୍କ ସହ ସ୍ଥାନୀୟ ଜନ ପ୍ରତିନିଧି ଓ ଦଳୀୟ କର୍ମୀଙ୍କ ଉପରକୁ ମାଓବାଦୀମାନେ ଆକ୍ରମଣ କରିଥିଲେ। ସେମାନେ ଏହି ଜନ ପ୍ରତିନିଧିମାନଙ୍କ ଗାଡି ଉପରକୁ ଗୁଳିଚାଳନା କରିଥିଲେ। ଜିଲା ପଞ୍ଚାୟତ ସଦସ୍ୟ ପାର୍ବତୀ କଶ୍ୟପଙ୍କ ଗାଡିରେ ଏକ ଗୁଳି ବାଜିଛି। ତେବେ ମାଓବାଦୀଙ୍କ ଗୁଳିର ଶିକାର ନ ହୋଇ ସମସ୍ତେ ସୁରକ୍ଷିତ ଭାବେ ରକ୍ଷା ପାଇଯାଇଛନ୍ତି। ଅନ୍ୟପକ୍ଷରେ ମାଓବାଦୀଙ୍କ ଏପରି ଆକ୍ରମଣ ସମ୍ପର୍କରେ କିଛି କାରଣ ଜଣାପଡିନାହିଁ। ଖବରପାଇ ବିଜାପୁର ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Share