ମାଲକାନଗିରି,୧୪।୧୨(ଡି.ଏନ୍.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲା ଏରାବର ଗାଁରେ ମାଓବାଦୀଙ୍କ ବର୍ବର କାଣ୍ଡ ଦେଖିବାକୁ ମିଳିଛି। ଜଙ୍ଗଲ ଜମି ନଷ୍ଟ ସହ ବେଆଇନ ଭାବେ ଜମି ଦଖଲ କରୁଥିବାରୁ ମାଓବାଦୀମାନେ ଏରାବର ଗାଁର ନବୀନଙ୍କୁ ହତ୍ୟା କରିଥିବା ଏକ ଚିଠି ମାଧ୍ୟମରେ ଉଲ୍ଲେଖ କରିଛନ୍ତି । ତେବେ ଏହି ଚିଠିରେ ଅନ୍ୟ ଗ୍ରାମବାସୀଙ୍କ ନାମ ମଧ୍ୟ ଉଲ୍ଲେଖ ରହିଛି। ତେବେ ଗତକାଲି ରାତିରେ ଏକାଧିକ ମାଓବାଦୀ ଗାଁ ଭିତରକୁ ପଶି ନବୀନଙ୍କୁ ହତ୍ୟା କରିଥିଲେ।