ମାଓବାଦୀଙ୍କ ବର୍ବର କାଣ୍ଡ: ଜାଳିଦେଲେ ଗାଡ଼ି

ମାଲକାନଗିରି,୨୨।୧(ଡି.ଏନ୍‌.ଏ.): ମାଲକାନଗିରି ସୀମାନ୍ତ ଛତିଶଗଡ଼ରେ ପୁଣି ମାଓବାଦୀଙ୍କ ବର୍ବର କାଣ୍ଡ ଦେଖିବାକୁ ମିଳିଛି । ରାସ୍ତା ନିର୍ମାଣ ପାଇଁ ନିୟୋଜିତ ଥିବା ଗାଡ଼ିିକୁ ମାଓବାଦୀ ଜାଳି ଦେଇଛନ୍ତି। ଛତିଶଗଡ଼ ବିଜାପୁର ଜିଲା ଅନ୍ତର୍ଗତ ଭାମରାଗଡ଼ ତହସିଲ ଅନ୍ତର୍ଭୁକ୍ତ ଧୋନ୍ଦ୍ରାଜରୁ କଭାଣ୍ଡେ ପର୍ଯ୍ୟନ୍ତ ହେଉଥିବା ରାସ୍ତା କାମରେ ନିୟୋଜିତ ଥିବା ୯ଟି ଟ୍ରାକ୍ଟର ସହ ଦୁଇଟି ଜେସିବିକୁ ମାଓବାଦୀ ଜାଳିଦେଇଥିଲେ । ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ଏହି ରାସ୍ତା କାମ ହେଉଥିଲା । ତେବେ ସୁରକ୍ଷା କର୍ମୀଙ୍କ ଘନ ଘନ କମ୍ବିଂ ଯୋଗୁ ଧୀରେ ଧୀରେ ମାଓବାଦୀଙ୍କ ଦବଦବା କମିବାରେ ଲାଗିଛି। ତେଣୁ ମାଓବାଦୀମାନେ ନିଜ ଉପସ୍ଥିତି ବଜାୟ ରଖିବା ପାଇଁ ଏଭଳି କାଣ୍ଡ ଭିଆଇଥିବା ସୂଚନା ମିଳିଛି ।

Share