ଧ୍ୱଂସ ହେଲା ମାଓବାଦୀ କ୍ୟାମ୍ପ

ମାଲକାନଗିର,୨ା୧୦(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜଲା ସୀମାନ୍ତ ଛତିଶଗଡ ବିଜାପୁର ଜିଲାରେ ଯବାନମାନେ ମାଓବାଦୀ କ୍ୟାମ୍ପ ଧ୍ୱଂସ କରିବା ସହ ବିପୁଳ ପରିମାଣରେ ସାମଗ୍ରୀ ଜବତ କରିଛନ୍ତି।
ମିଳିଥିବା ସୂଚନା ମୁତାବକ, ମିତୁର ଥାନା କୁଡମେର ଓ ମଦପାଲ ଜଙ୍ଗଲରେ ବୈରମଗଡ ଏରିୟା କମିଟି ସଚିବ ସୁମିତ୍ରା ଓ ଏସିଏମ୍‌ ଶଙ୍କର କାରାମଙ୍କ ସହ ୧୦ରୁ ୧୫ ସଶସ୍ତ୍ର ମାଓବାଦୀ ଉପସ୍ଥିତ ଥିବା ବିଶେଷ ସୂତ୍ରରୁ ଖବର ପାଇ ଡିଆର୍‌ଜି ଓ ୧୯ ବି ବାଟାଲିୟନ ବିଜାପୁର ଜିଲା ମିତୁର ଥାନା ଅଞ୍ଚଳ ମଦପାଲ ଜଙ୍ଗଲରେ କୋମ୍ବିଂ ଅପରେଶନ ଆରମ୍ଭ କରିଥିଲେ। ତେବେ ପୋଲିସ ଆସୁଥିବା ସୂଚନା ପାଇ ମାଓବାଦୀମାନେ ସେଠାରୁ ଛତ୍ରଭଙ୍ଗ ଦେଇଥିବା ବେଳେ ଯବାନମାନେ କ୍ୟାମ୍ପକୁ ଧ୍ୱଂସ କରିବା ସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଥିଲେ। ଘଟଣାସ୍ଥଳରୁ ଡିଟୋନେଟର, ଟୁଲସ୍‌, ମାଓବାଦୀ କପଡା, ମାଓବାଦୀ ପୁସ୍ତିକା ଓ ଔଷଧ ସହ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଜବତ କରାଯାଇଛି।

Share