ପାଟଧରା ଜଙ୍ଗଲରେ ମାଓବାଦୀ କ୍ୟାମ୍ପ୍‌ ଠାବ

ନୂଆପଡ଼ା,୨୨ା୩ (ମକାରୁ ବେମାଲ): ନୂଆପଡ଼ା ଜିଲା ବୋଡ଼େନ ଥାନା ଅଧୀନ ଛତାପାଣି ଗାଁ ନିକଟ ପାଟଧରା ସଂରକ୍ଷିତ ଜଙ୍ଗଲରେ ଶୁକ୍ରବାର ଏକ ମାଓବାଦୀ କ୍ୟାମ୍ପ୍‌ ଠାବ ହୋଇଛି। ସୂଚନା ଅନୁସାରେ ପାଟଧରା ଜଙ୍ଗଲରେ ମାଓବାଦୀମାନେ ଏକାଠି ହୋଇଥିବା ନେଇ ନୂଆପଡ଼ା ପୋଲିସକୁ ବିଶେଷ ସୂତ୍ରରୁ ଖବର ମିଳିଥିଲା। ତଦନୁଯାୟୀ ନୂଆପଡ଼ା ଆରକ୍ଷୀ ଅଧୀକ୍ଷକ ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ର ସିଆର୍‌ପିଏଫ୍‌, ଡିଭିଏଫ୍‌ର ଏକ ମିଳିତ ବାହିନୀ ଗଠନ କରି ପୂର୍ବାହ୍ନ ୧୧ଟା ସମୟରେ ପାଟଧରା ଜଙ୍ଗଲରେ ମିଳିତ ଅପରେଶନ ଆରମ୍ଭ କରିଥିଲେ। ସେ ସମୟରେ ମାଓବାଦୀମାନେ ଜଙ୍ଗଲ ମଧ୍ୟରେ କ୍ୟାମ୍ପ ତିଆରି କରିବା ପାଇଁ ସାମଗ୍ରୀ ଠୁଳ କରୁଥିଲେ। ହେଲେ ଯବାନ ଆସୁଥିବା ଜାଣିପାରି ମାଓବାଦୀ ସାମଗ୍ରୀ ଛାଡି ଛତ୍ରଭଙ୍ଗ ଦେଇଥିଲେ। ପରେ ସେଠାରୁ ଯବାନମାନେ ଗୋଟିଏ ଦେଶୀ ବନ୍ଧୁକ, ମେନପେକ ବାଓଫିଙ୍ଗ, ଗୋଟିଏ ଚାର୍ଜର, ରକ୍ତଚାପ ମାପିବା ଯନ୍ତ୍ର, ଗୋଟିଏ ଏକ୍ସାଇଡ ବ୍ୟାଟେରି, ପ୍ଲାଟି ସୋଲାର ପ୍ଲେଟ, ଗୋଟିଏ ପ୍ରେସର କୁଲର, ଦୁଇଟି ଟର୍ଚ୍ଚଲାଇଟ, ତେଜରାତି ସାମଗ୍ରୀ, ଜୋତା, ବ୍ୟାଗ୍‌, ଇଲେକ୍‌ଟ୍ରିକ ଏକ୍ସଟେନଶନ ବୋର୍ଡ, ୧୨ଟି ପେନସିଲ ବ୍ୟାଟେରି, ରିଫାଇନ ତେଲ ପ୍ୟାକେଟ, ଔଷଧ କିଟ୍‌ ଆଦି ଜବତ କରିଛନ୍ତି। ଆଗକୁ କୋମ୍ବିଂ ଅପରେଶନ ଜୋରଦାର କରାଯିବ ବୋଲି ଆରକ୍ଷୀ ଅଧୀକ୍ଷକ ରାଘବେନ୍ଦ୍ର ସୂଚନା ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଶିକୁଳାରେ ଦଣ୍ଡ ବାହାରିଲେ ମୁଣ୍ଡ ଗଡୁଛି, ପୁଣି ଜଣେ ଯୁବକଙ୍କୁ ବୀଭତ୍ସ ହତ୍ୟା

ପୁରୁଷୋତ୍ତମପୁର,୨୯ା୩(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ଦଣ୍ଡଯାତ୍ରା ବାହାରିଲେ ମୁଣ୍ଡ ଗଡିବାରେ ଲାଗିଛି। ଏଠାରେ ଥିବା ଅପରାଧୀ ଗୋଷ୍ଠୀମାନେ ଯାତ୍ରା...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ୧୬ ମାଓବାଦୀ ନିହତ

ମାଲକାନଗିରି,୨୯ା୩: ସୀମାନ୍ତରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା। ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୧୬ ମାଓବାଦୀ ନିହତ ହୋଇଛନ୍ତି।-ସୁକ୍‌ମା ଜିଲା ଅପମ୍ପଲି ଜଙ୍ଗଲରେ ସୁରକ୍ଷାକର୍ମୀ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ...

ବରଗଡ଼ ଓକିଲ ସଂଘର ନିର୍ବାଚନ: ଚାଲିଛି ମତଦାନ

ବରଗଡ଼,୨୯ା୩(ପ୍ରେମାନନ୍ଦ ଖମାରୀ): ଶନିବାର ଚାଲିଛି ବରଗଡ଼ ଜିଲା ଓକିଲ ସଂଘର ନିର୍ବାଚନ। ଏଥିପାଇଁ ସକାଳୁ ମତଦାନ ଆରମ୍ଭ ହୋଇଯାଇଛି। ଏଥର ସଂଘର ସଭାପତି ପଦବୀ ପାଇଁ...

ରାସ୍ତା ତିଆରିକୁ ପୂରିନି ବର୍ଷେ, ଉଠିଗଲାଣି ପିଚୁ,ମେଟାଲ

ନବରଙ୍ଗପୁର,୨୯।୩(ସଦାଶିବ ପ୍ରହରାଜ): ଗ୍ରାମ୍ୟ ନିର୍ମାଣ ବିଭାଗ ଦ୍ୱାରା ତିଆରି ହୋଇଥିବା ପ୍ରଧାନମନ୍ତ୍ରୀ ସଡ଼କ କାମ ଅତି ନିମ୍ନମାନର ହୋଇଥିବା ନେଇ ଜିଲା ପରିଷଦ ବୈଠକରେ ସଭ୍ୟମାନେ...

ଚିକିତ୍ସା ପାଇଁ ସହାୟତାକୁ ଅପେକ୍ଷା

ବଡ଼ଗାଁ,୨୯।୩(ଅଶୋକ ଷଡ଼ଙ୍ଗୀ): ପରିବାରର ଏକମାତ୍ର ରୋଜଗାରକ୍ଷମ ଥିଲେ। ହଠାତ୍‌ ପକ୍ଷାଘାତ ରୋଗରେ ଆକ୍ରାନ୍ତ ହେବା ପରେ ପରିବାର ଚଳାଇବା କଷ୍ଟକର ହେଉଛି। ସ୍ବାସ୍ଥ୍ୟ ସମସ୍ୟା ଯୋଗୁ...

୧୨ ଦଫା ଦାବି ନେଇ ଗର୍ଜିଲା ରେଙ୍ଗାଳି ବାସଚ୍ୟୁତ ସୁରକ୍ଷା ସମିତି

ଦେବଗଡ,୨୯।୩(ଶଶାଙ୍କ ଶେଖର ଝାଙ୍କର):ରେଙ୍ଗାଳି ବାସଚ୍ୟୁତ ସୁରକ୍ଷା ସମିତି, ଦେବଗଡ, ପାଳଲହଡା ପକ୍ଷରୁ ଏକ ବିକ୍ଷୋଭ ଶୋଭାଯାତ୍ରା ଅନୁଷ୍ଠିତ ହେବାସହ ମାନ୍ୟବର ମୂଖ୍ୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦେବଗଡ...

ରାସ୍ତା ପ୍ରଶସ୍ତୀକରଣ ନାଁରେ ଗଛକଟା

ଦେଓଗାଁ,୨୯ା୩(କୃଷ୍ଣ ପ୍ରସାଦ ପାଣିଗ୍ରାହୀ): ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଅନ୍ତର୍ଗତ ଭୂତିଆରବାହାଲ ଛକରୁ ଦେଷଣ୍ଡ ଭାୟା ଟିକ୍ରାପଡା ପୂର୍ତ୍ତ ବିଭାଗ ରାସ୍ତାର ଉଭୟ ପାର୍ଶ୍ୱରେ ରହିଥିବା...

ନାବାଳିକା ବଳାତ୍କାର ମାମଲାରେ ଫରେଷ୍ଟର ଗିରଫ

ରାୟଗଡ଼ା,୨୯।୩(ଆଶିଷ ରଞ୍ଜନ ପଣ୍ଡା )- ଜଣେ ୧୨ ବର୍ଷୀୟ ନାବାଳିକା ବଳାତ୍କାର ମାମଲାରେ ପଦ୍ମପୁର ଥାନା ପୋଲିସ ଜଣେ କାର୍ଯ୍ୟରତ ଫରେଷ୍ଟରଙ୍କୁ ଗିରଫ କରିଛି। ଗିରଫ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image