ମାଓବାଦୀ ଭୟ: ସ୍ଥାନାନ୍ତର ହେଲା ୩ ବୁଥ୍‌

ମାଲକାନଗିରି, ୧୭।୨(ଡି.ଏନ.ଏ.): ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଶେଷ ହୋଇଛି। ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବ। ଏହାକୁ ଦୃଷ୍ଟିରେ ରଖି ମାଓବାଦୀ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ସୁରକ୍ଷା ଦୃଷ୍ଟିକୋଣରୁ ମାଲକାନଗିରି ଜିଲାର କରୁକୋଣ୍ଡା ବ୍ଲକର ୩ଟି ବୁଥକୁ ଜିଲା ପ୍ରଶାସନ ସ୍ଥାନାନ୍ତର କରିଛି। ନାକାମାମୁ ପଞ୍ଚାୟତର ନାରିଙ୍ଗଝୋଲା, ଖଜୁରିବେଡା, ଆମଳିବେଡା ବୁଥକୁ ବନ୍ଦ କରିଥିବା ସୂଚନା ମିଳିଛି॥ ୩ଟି ବୁଥର ଭୋଟର ପାଖାପାଖି ୧୦ କିମି ଦୂର ରାବା ଗାଁ ଯାଇ ଭୋଟ ଦେବାପାଇଁ ଜିଲାପାଳ ବିଶାଲ ସିଂ ଭୋଟରଙ୍କୁ ନିବେଦନ କରିଛନ୍ତି।