Advertisement

ଓଡ଼ିଆ ଫିଲ୍ମ ଷ୍ଟାରଙ୍କୁ ମାଓବାଦୀଙ୍କ ଭୟ:  ହୋଇପାରନ୍ତି ଅପହରଣ ଗୁଇନ୍ଦା ବିଭାଗ ଦେଲେ ଆଗୁଆ…

ଭୁବନେଶ୍ୱର,୧।୧୦: ଓଡ଼ିଆ ଫିଲ୍ମ ଷ୍ଟାରଙ୍କୁ  ଅପହରଣ କରିପାରନ୍ତି ମାଓବାଦୀ। ଏ ନେଇ  ଓଡ଼ିଶା ପୋଲିସର  ଗୁଇନ୍ଦା ବିଭାଗ ସତର୍କ  କରାଇଛନ୍ତି।
ତେବେ ପଶ୍ଚିମ ଓଡ଼ିଶାର  ବଲାଙ୍ଗୀର ଜିଲା ଖପ୍ରାଖୋଲରେ  ଏକ ଓଡ଼ିଆ ଫିଲ୍ମର ଶୁଟିଂ ଚାଲିଥିବା ବେଳେ ଏହି ଖବର ସାମ୍ନାକୁ ଆସିଛି। ଦୁର୍ଗମ ଗାଁରେ ଶୁଟିଂ କରୁଛନ୍ତି କଳାକାର ଟେକ୍‌ନିସିଆନ।  ଗତ କିଛି ବର୍ଷ ହେଲା  ମାଓବାଦୀମାନେ ସକ୍ରିୟ ଅଛନ୍ତି। ଷ୍ଟାରଙ୍କୁ ଅପହରଣ  ନେଇ ଗୁଇନ୍ଦା   ବିଭାଗ ସୂଚନା ଦେଇଛି।  ଏ ନେଇ ସତର୍କ ରହିବାକୁ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel