୬ ଜଣଙ୍କୁ ଅପହରଣ କରି ଜଣଙ୍କୁ ହତ୍ୟା କଲେ ମାଓବାଦୀ

ମାଲକାନଗିରି,୬ା୩(ଡି.ଏନ.ଏ.):ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ଶନିବାର ରାତିରେ ମାଓବାଦୀମାନେ ୬ ଜଣଙ୍କୁ ଅପହରଣ କରି ନେଇ ସେମାନଙ୍କ ମଧ୍ୟରୁ ଜଣଙ୍କୁ ହତ୍ୟା କରିଛନ୍ତି। ମୃତ ବ୍ୟକ୍ତିଙ୍କ ନାମ ବାରହା ମାସି ବୋଲି ଜଣାପଡ଼ିଛି। ଛତିଶଗଡ଼ର କୋଣ୍ଡାଗାଓଁ ଜିଲାର ପୁଗରପାଲ ଥାନା ତୁମସିପାରା ଖସପାରା ଗ୍ରାମର ୬ ଜଣ ଗ୍ରାମବାସୀଙ୍କୁ ମାଓବାଦୀ ଜଙ୍ଗଲକୁ ନେଇଯାଇଥିଲେ। ସେଠାରେ ପଚରାଉଚରା ପରେ ସେମାନେ ୪ଜଣଙ୍କୁ ଛାଡି ଦେଇଥିଲେ। ଜଣେ ଗ୍ରାମବାସୀ ନିଜ ଜୀବନ ବଞ୍ଚାଇବାକୁ କୌଶଳ କରି ସେଠାରୁ ଖସି ଆସିଥିଲେ। ସେମାନଙ୍କ କବଳରେ ରହିଯାଇଥିବା ମାସିଙ୍କୁ ମାଓବାଦୀମାନେ ରବିବାର ପୋଲିସ ସୂଚନାଦାତା ସନ୍ଦେହରେ ପିଟି ହତ୍ୟା କରିଥିଲେ। ପରେ ଘଟଣାସ୍ଥଳରେ କିଛି ପୋଷ୍ଟର ଛାଡ଼ି ଚାଲିଯାଇଥିଲେ। ପୋଲିସ ପହଞ୍ଚତ୍ ଘଟଣାର ତଦନ୍ତ ଆରମ୍ଭ କରିଛି।