ମାଓବାଦୀ କ୍ୟାମ୍ପ ଠାବ, ବନ୍ଧୁକ ସହ ବିଭିନ୍ନ ସାମଗ୍ରୀ ଜବତ

ଭବାନୀପାଟଣା,୩।୨(ସ୍ବ.ପ୍ର.): କଳାହାଣ୍ଡି ପୋଲିସ ଏକ ମାଓବାଦୀ କ୍ୟାମ୍ପ ଠାବ କରିବାରେ ସଫଳ ହେଇଛି । ସିକେରକୁପାସ୍ଥିତ ୬୪ ବାଟାଲିୟନ ଓ କଳାହାଣ୍ଡି ଏସ୍‌ପିଙ୍କ ମିଳିତ ଚଢ଼ାଉ ପରେ ସମାଝୋଲା ଓ ପୋର୍ଗାଲ ରିଜର୍ଭ ଜଙ୍ଗଲରୁ ମାଓବାଦୀ କ୍ୟାମ୍ପ ଠାବ ହୋଇଛି॥ କ୍ୟାମ୍ପରୁ ଗୋଟିଏ ଦେଶୀ ବନ୍ଧୁକ, ୯ଟି ଇଲେକ୍ଟ୍ରି ଡିଟୋନେଟର, ୧୧ଟି ଜେଲେଟିନ ଷ୍ଟିକ, ମାଓବାଦୀ ପତ୍ରିକା, ବ୍ୟାନର, ପୁସ୍ତିକା, ଇଲେକ୍ଟ୍ରି ବୋର୍ଡ଼, ୪ଟି ବ୍ୟାଟେରି, ୨ଟି ମଶାରି, ୨ଟି ପାଣି ବୋତଲ, କଳା ପଲିଥିନ, କୁରାଢି, ଟର୍ଚ୍ଚ ଲାଇଟ, ଜୋତା, ମାଓବାଦୀ ଡ୍ରେସ ସହିତ ବିଭିନ୍ନ ପ୍ରକାର ଔଷଧ ଜବତ କରାଯାଇଛି। ଅଞ୍ଚଳରେ କିଛିଦିନ ହେଲା ସିପିଆଇର କିଛି ମାଓବାଦୀ ସାଦା ପୋଷାକରେ ବୁଲୁଥିବା ସୂଚନା ପାଇ କଳାହାଣ୍ଡି ଏସ୍‌ପି ତାଙ୍କୁ ଧରିବା ପାଇଁ ଉଦ୍ୟମ କରିଥିଲେ। କିନ୍ତୁ ଚଢ଼ାଉ ସମୟରେ ମାଓବାଦୀମାନେ ଖସି ଯିବାରେ ସଫଳ ହେଇଛନ୍ତି। ବର୍ତ୍ତମାନ ଅଞ୍ଚଳରେ ଚଢ଼ାଉ ଜାରି ରହିଛି ବୋଲି ଭବାନୀପାଟଣାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ କଳାହାଣ୍ଡି ଏସ୍‌ପି ଅଭିଲାଷ ଜି ସୂଚନା ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ସିଗାରେଟ୍‌ ବିକ୍ରି କରି ଫଶିଲେ, ଜଣଙ୍କୁ ବାନ୍ଧିଲା ପୋଲିସ

ବ୍ରହ୍ମପୁର,୩୦।୩: ଗଞ୍ଜାମ ଜିଲା ବ୍ରହ୍ମପୁର ଷ୍ଟାଡିୟମ ନିକଟରେ ଗଞ୍ଜେଇ ସିଗାରେଟ ବିକ୍ରି କରୁଥିବା ଅଭିଯୋଗରେ ଟାଉନ ଥାନା ପୋଲିସ ଜଣେ ବ୍ୟକ୍ତିଙ୍କୁ ସାରେ ବାନ୍ଧିଛି। ଅଭିଯୁକ୍ତ...

ଆଧୁନିକ ସାହିତ୍ୟର ସର୍ବୋକୃଷ୍ଟ ଲୋକପ୍ରିୟ କଳା ହେଉଛି କଥା ସାହିତ୍ୟ

ବରଗଡ଼,୩୦ା୩(ପ୍ରେମାନନ୍ଦ ଖମାରୀ): ସମାଜ ଓ ମାନବ ଜୀବନର ଯଥାର୍ଥ ପ୍ରତିଲିପି ହେଉଛି କଥା ସାହିତ୍ୟ । ଏହା ଆଧୁନିକ ସାହିତ୍ୟର ଏକ ସର୍ବୋକୃଷ୍ଟ ଲୋକପ୍ରିୟ କଳା।...

କଠିନ ପରିଶ୍ରମ ହିଁ ସଫଳତାର ଚାବିକାଠି

ବରଗଡ଼, ୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ରାଣା ପ୍ରତାପ ସ୍କୁଲରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା ଛାତ୍ରୀଛାତ୍ରଙ୍କ ପରୀକ୍ଷାଫଳ  ପ୍ରକାଶ ପାଇଛି। ସ୍କୁଲ ପରିଚାଳନା...

ଆଜି ମୁଖ୍ୟମନ୍ତ୍ରୀ ଯିବେ କଳାହାଣ୍ଡି

ଭବାନୀପାଟଣା,୩୦।୩(ଉତ୍ତମ କୁମାର ଦାଶ):  କଳାହାଣ୍ଡି ଜିଲାକୁ ରବିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଗସ୍ତ କାର୍ଯ୍ୟକ୍ରମ ରହିଛି। ପୂର୍ବାହ୍ନ ୧୦ଟା ୩୦ରେ ସେ ଜିଲାର ଭବାନୀପାଟଣାସ୍ଥିତ...

କୋକସରା: ମନୋଜ ସଭାପତି, ଲଳିତ ସମ୍ପାଦକ

କୋକସରା,୩୦।୩(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଓକିଲ ସଂଘ ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଭାପତି ଭାବେ ମନୋଜ କୁମାର ନାଏକ, ଉପସଭାପତି...

ଡିଜିପି ଡିସ୍କରେ ସମ୍ମାନିତ ହେବେ ନୂଆପଡ଼ା ଏସ୍‌ପି

ନୂଆପଡ଼ା,୩୦।୩:(ମକାରୁ ବେମାଲ): ପୋଲିସ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନୂଆପଡା ଜିଲା ଆରକ୍ଷୀ ଅଧୀକ୍ଷକ ଜି ଆର୍‌ ରାଘବେନ୍ଦ୍ର ରାଜ୍ୟ ସରକାରଙ୍କ ତରଫରୁ ୨୦୨୪-୨୫...

କଳାହାଣ୍ଡି ଓକିଲ ସଂଘ ନିର୍ବାଚନ ସୁଧାଂଶୁ ପୁଣି ସଭାପତି ନିର୍ବାଚିତ

ଭବାନୀପାଟଣା,୩୦।୩:(ଉତ୍ତମ କୁମାର ଦାଶ): କଳାହାଣ୍ଡି ଓକିଲ ସଂଘ ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସୁଧାଂଶୁ କୁମାର ନନ୍ଦ ଦ୍ୱିତୀୟ ଥର ପାଇଁ ସଭାପତି ଭାବେ...

ଗୁଣପୁର ସିଆରପିଏଫ ପକ୍ଷରୁ ଜନସଂପର୍କ ଶିବିର ଅନୁଷ୍ଠିତ: ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ସିଲେଇ ଉପକରଣ, ପେପର ପ୍ଲେଟ ମେସିନ

ଥୁଆମୂଳ ରାମପୁର,୨୯।୩(ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲାରେ ନକ୍ସଲ ବିରୋଧୀ ଅଭିଯାନ ପାଇଁ ନିୟୋଜିତ ୧୨ ବାଟାଲିୟନ, କେନ୍ଦ୍ରୀୟ ରିଜର୍ପ ଫୋର୍ସ (ସିଆରପିଏଫ) ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image