ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜବତ

ମାଲକାନଗିରି,୨୫ା୧୨(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସ୍ବାଭିମାନ ଅଞ୍ଚଳ ଆନ୍ଧ୍ର ସମାନ୍ତକୁ ଲାଗି ଥିବା ଯୋଡ଼ାମ୍ବ ଥାନା ଅନ୍ତର୍ଗତ ମାରଓ୍ବାଡା ଗ୍ରାମ ନିକଟ ଜଙ୍ଗଲରେ କମ୍ବିଂ ଅପରେଶନ ସମୟରେ ଏକ ସ୍ଥାନରେ ମାଓବାଦୀମାନେ ବ୍ୟବହାର କରିଥିବା ଅନେକ ସାମଗ୍ରୀ ଦେଖିବାକୁ ପାଇଥିଲେ। ସାମଗ୍ରୀଗୁଡ଼ିକ ମଧ୍ୟରେ ଗୋଟିଏ ଜେନେରେଟର, ୬ଟି ଇଲେକ୍‌ଟ୍ରିକ୍‌, ଡେଟେନେଟର, ଗୋଟିଏ ଗ୍ରେନେଡ୍‌, ୬ମିଟର କୋଡେକ୍ସ ଓ୍ବେୟାର୍‌, ୩ ଆମନ୍‌ କୋନ୍‌ଟିନେଟର, ୬୫ ଆମନ୍‌ ଚାର୍ଜିଙ୍ଗକ୍ଲିପ୍‌ , ୫ ମିଟର ଡିସ୍‌ କେବୁଲ୍‌,ଏକ ମିଟର ଆଫ୍ରକ୍ସ ଇଲେକ୍‌ଟ୍ରି ତାର, ୩ ଭୋଲ୍‌ଟର ଏକ ବ୍ୟାଟେରି, ଗୋଟିଏ ମାଓବାଦୀ କ୍ୟାମ୍ପ, ଗୋଟିଏ ପାଣି ଜାର୍‌, କଳା ଜରି ଜବତ୍‌ କରିଥିଲେ। ଆଜି ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ପରିସରରେ ଏକ ଖବରଦାତା ସମ୍ମିଳନୀରେ ଏସ୍‌.ଡି.ପି.ଓ ଅଭିଳାଷ ଜି ସୂଚନା ଦେବା ସହ ଆଗାମୀ ଦିନରେ ଆନ୍ଧ୍ର ସୀମାନ୍ତକୁ ଲାଗିଥିବା ସ୍ବାଭିମାନ ଅଞ୍ଚଳଗୁଡ଼ିକରେ କମ୍ବିଂ ଅପରେଶନକୁ ଜୋରଦାର କରାଯିବ ବୋଲି କହିଛନ୍ତି।