କଟକ ଅଫିସ,୧୦ା୭: ରାଜ୍ୟର ୫ଟି ଜିଲାରେ ମାଓବାଦୀ ଦମନ ପାଇଁ ଆଉ ସ୍ବତନ୍ତ୍ର ସରକାରୀ ଅନୁଦାନ ମିଳିବ ନାହିଁ। ଶୁକ୍ରବାର ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ ଏ ନେଇ ସୂଚନା ଦେଇଛନ୍ତି। ଟୁଇଟ୍ରେ ପ୍ରକାଶ କରିଛନ୍ତି, ଯେ, ବାମପନ୍ଥୀ ଉଗ୍ରବାଦ (LWE) ପ୍ରଭାବିତ ସୁରକ୍ଷା ସମ୍ବନ୍ଧୀୟ ବ୍ୟୟ (SRE) ଜିଲା ତାଲିକାରୁ ଓଡ଼ିଶା ସରକାର ୫ଟି ଜିଲ୍ଲାକୁ ବାଦ୍ ଦେଇଛନ୍ତି। ଏହି ୫ ଜିଲା ହେଲା, ଅନୁଗୋଳ, ବୌଦ୍ଧ, ସମ୍ବଲପୁର, ଦେବଗଡ଼ ଏବଂ ନୟାଗଡ଼। ଜିଲାରେ ମାଓମାଦୀମାନଙ୍କ ଗତିବିଧି ଓ ପ୍ରଭାବ ହ୍ରାସ ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି। ଜିଲାଗୁଡ଼ିକରେ ଉନ୍ନତ ସୁରକ୍ଷା ପରିସ୍ଥିତି ଏହା ପ୍ରମାଣିତ କରୁଛି।
ସମଗ୍ର ରାଜ୍ୟକୁ ମାଓବାଦୀ ମୁକ୍ତ କରିବା ପାଇଁ ଓଡ଼ିଶା ପୋଲିସ ପ୍ରତିଶ୍ରୁତିବଦ୍ଧ ବୋଲି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ ପ୍ରକାଶ କରିଛନ୍ତି।