ମାଲକାନଗିରି, ୬ା୮(ଦୁର୍ଯ୍ୟୋଧନ ପାତ୍ର)କିଛିଦିନ ଧରି ଦୁର୍ବଳ ହୋଇଥିବା ମାଓବାଦୀ ସଙ୍ଗଠନ ପୁଣି ସକ୍ରିୟ ହେବାରେ ଲାଗିଛି। ହଜାର ହଜାର ଆଦିବାସୀଙ୍କୁ ଏକତ୍ରିତକରି ନିଜର ଅସ୍ତିତ୍ୱ ଜାହିର କରିଛି ଲାଲବାହିନୀା ମାଓବାଦୀ ଆଦର୍ଶ ଓ ଆଭିମୁଖ୍ୟ ସମ୍ପର୍କରେ ଲୋକଙ୍କୁ ସଚେତନକରି ସଙ୍ଗଠନ ପ୍ରତି ଆକୃଷ୍ଟ କରିବାରେ ଲାଗିଛି। ଦେଶର ବିଭିନ୍ନ କ୍ଷେତ୍ରରେ ସକ୍ରିୟ ଥିବା ମାଓବାଦୀ ଶହୀଦ ସପ୍ତାହ ଆୟୋଜନ କରୁଛନ୍ତି। ଏହି ସପ୍ତାହର ଶେଷ ଦିନରେ ସେ ପ୍ରେସ୍ ବିଜ୍ଞପ୍ତି ସହ ଚିତ୍ର ଓ ଭିଡିଓ ମଧ୍ୟ ପ୍ରକାଶ କରିଛନ୍ତି। ମାଓବାଦୀଙ୍କ ଶହୀଦ ସପ୍ତାହ ଏହି ଭିଡିଓ ଓ ଚିତ୍ରଗୁଡିକ ଆଶ୍ଚର୍ଯ୍ୟଜନକ ା କେତେକ ଅଜ୍ଞାତ ସ୍ଥାନରେ ଆୟୋଜିତ ଏହି ଶହୀଦ ସପ୍ତାହରେ ହଜାର ହଜାର ମାଓବାଦୀ ତଥା ଗ୍ରାମବାସୀ ଏକତ୍ରିତ ହୋଇଥିଲେ। ଗ୍ରାମାଞ୍ଚଳର ବହୁ ସଂଖ୍ୟକ ଲୋକ ମଧ୍ୟ ଉପସ୍ଥିତ ଥିବା ବେଳେ ମାଓବାଦୀମାନେ ଅସ୍ତ୍ରଶସ୍ତ୍ରରେ ଥିଲେ। ଅନୁମାନ କରାଯାଉଛି, କାର୍ଯ୍ୟକ୍ରମର ସ୍ଥାନ ଛତିଶଗଡ଼ ତେଲଙ୍ଗାନା ସୀମାରେ ଅଛି। ମାଓବାଦୀମାନେ ମଧ୍ୟ ଲାଲ ସଲାମ ବାର୍ତ୍ତା ଗଣମାଧ୍ୟମକୁ ସେମାନଙ୍କ ନୋଟ୍ରେ ପଠାଇଛନ୍ତି। ଏହାପୂର୍ବରୁ ସେ ତାଙ୍କ ନେତାମାନଙ୍କୁ ପ୍ରଶଂସା କରିବା ବେଳେ ବର୍ତ୍ତମାନ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଫାସିବାଦ ବୋଲି ବର୍ଣ୍ଣନା କରିଥିଲେ। ତେବେ ଓଡ଼ିଶା, ଛତିଶଗଡ଼ ଓ ତେଲଙ୍ଗାନାରେ ପ୍ରାୟ ୫୦ ହଜାରରୁ ଊର୍ଦ୍ଧ୍ୱ ପୋଲିସ ଫୋର୍ସ ରହିବା ସତ୍ତ୍ୱେ କେନ୍ଦ୍ରୀୟ ବାହିନୀ ଓ ସ୍ଥାନୀୟ ପୋଲିସକୁ ଖୋଲାଖୋଲି ଚାଲେଞ୍ଜକରି ମାଓବାଦୀଙ୍କ ଏହି ବୈଠକ ପୋଲିସ ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ଛତିଶଗଡ଼ରେ ସକ୍ରିୟ ମାଓବାଦୀ ମାଲକାନଗିରିରେ ପୁନଃ ପ୍ରବେଶ କରିବା ଜାଣିବା ପରେ ଓଡ଼ିଶା ପୋଲିସ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ସୀମାନ୍ତବର୍ତ୍ତୀ ଅଞ୍ଚଳରେ କୋମ୍ବିଂ ଅପରେଶନକୁ ଜୋର୍ଦାର କରାଯାଇଛି।