ମାଓବାଦୀ ଯୋଜନା ପଣ୍ଡ : ୩ ବୋମା ନିଷ୍କ୍ରିୟ କଲେ ଯବାନ

ଚିତ୍ରକୋଣ୍ଡା,୨୩।୨(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ ପୁଣି ମାଓବାଦୀଙ୍କ ଯୋଜନା ପଣ୍ଡ ହୋଇଛି।ମାଓବାଦୀଙ୍କ ଦ୍ୱାରା ରଖାଯାଇଥିବା ବୋମାକୁ ଯବାନମାନେ ନିଷ୍କ୍ରିୟ କରି ଦେଇଛନ୍ତି।
ସୂଚନାଯୋଗ୍ୟ, ଗୁଇନ୍ଦା ସୂତ୍ରରୁ ଖବର ପାଇ ହାନ୍ତାଳଗୁଡ଼ା ୦୯ ବାଟାଲିୟନ ବିଏସ୍‌ଏଫ ଯବାନ ସର୍ଚ୍ଚ ଅପରେଶନ କରିଥିଲେ। ଏହି ସମୟରେ କଦଳୀବନ୍ଧା ଗ୍ରାମ ପାହାଡ ନିକଟରୁ ଏକ ବ୍ୟାଗ୍‌ ପାଇଥିଲେ। ସେଥିରୁ ୨ଟି ପ୍ରେସରମାଇନ୍‌ ବୋମା, ୧ଟି ଟିଫିନ ବୋମା ଓ ବିଭିନ୍ନ ମାଓବାଦୀ ସାମଗ୍ରୀ ଜବତ କରିଥିଲେ। ପରେ ବୋମାକୁ ତୁରନ୍ତ ନିଷ୍କ୍ରିୟ କରିଥିଲେ। ଏହି ବୋମା ଯବାନଙ୍କ ଉଦ୍ଦେଶ୍ୟରେ ରଖାଯାଇଥିବା ସୂଚନା ମିଳିଛି।