ମାଲକାନଗିରି/ଚିତ୍ରକୋଣ୍ଡା,୨୬।୧୧(ଡି.ଏନ୍.ଏ.): ଆନ୍ଧ୍ର ଓଡିଶା ସୀମାନ୍ତ ନକ୍ସଲ ଉପଦ୍ରୁତ ଆଦିବାସୀବହୁଳ ଉପାନ୍ତ ମାଲକାନଗିରି ଜିଲା ସ୍ବାଭିମାନ ଅଞ୍ଚଳ ଯନ୍ତ୍ରୀ ପଞ୍ଚାୟତ ନିକଟସ୍ଥ ଜଙ୍ଗଲରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁରୁବାର ଗୁଳିବିନିମୟ ଜାରି ରହିଛି। ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଥିବା ବେଳେ ପୋଲିସ ମାଓବାଦୀ ମୁହାଁମୁହିଁ ହୋଇଥିଲେ। ପୋଲିସ ଗୁଳିରେ ମାଓନେତା କିଶୋରଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ମାଓବାଦୀ ଆହତ ହୋଇଛି। ଘଟଣାସ୍ଥଳରୁ ମାଓ କ୍ୟାମ୍ପ, ଏକେ -୪୭ ସହ ବହୁ ଗୁଳିଗୋଳା ଜବତ କରାଯାଇଥିବା ସୂଚନା ମିଳିଛି।
Posted inଆମ ଜିଲା ଖବର, ମାଲକାନଗିରି, ରାଜ୍ୟ