ଲାଗିଲାଣି ମାଓବାଦୀ ପୋଷ୍ଟର

ମୁନିଗୁଡ଼ା/ରାୟଗଡ଼ା ଅଫିସ,୨୬।୧୦(ଡି.ଏନ୍‌.ଏ.):ରାୟଗଡ଼ା ଜିଲା ମୁନିଗୁଡ଼ା ଥାନା ଅଧୀନ କୁମୁଡ଼ାବାଲି ଶିବମନ୍ଦିର ଯିବା ରାସ୍ତାରେ ଥିବା ଯାତ୍ରୀ ପ୍ରତୀକ୍ଷାଳୟ ସମ୍ମୁଖରେ ମଙ୍ଗଳବାର ୫ଟି ମାଓବାଦୀ ପୋଷ୍ଟର ଲାଗିଛି। ସିପିଆଇ ମାଓବାଦୀ ବଂଶଧାରା ଘୁମୁସୁରା ନାଗାବଳୀ ଡିଭିଜନାଲ କମିଟି ପକ୍ଷରୁ ଉକ୍ତ ପୋଷ୍ଟର ଲଗାଯାଇଛି।
ମମିତା ମେହେରଙ୍କ ହତ୍ୟା ପଛରେ ଥିବା ରାଜନେତା, ପୋଲିସ ଓ ଉଚ୍ଚ ପ୍ରଶାସନିକ ଅଧିକାରୀଙ୍କୁ କଠୋର ଦଣ୍ଡ ଦେବାକୁ ଉକ୍ତ ପୋଷ୍ଟରରେ ଦାବି କରାଯାଇଛି। ମମିତାଙ୍କ ଜଣେ ସମ୍ପର୍କୀୟଙ୍କୁ ଚାକିରି ଏବଂ ତାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର କ୍ଷତି ପୂରଣ ଦିଆଯାଉ ବୋଲି ଉଲ୍ଲେଖ ରହିଛି। ରାଜ୍ୟ ସରକାର ମହିଳାମାନଙ୍କୁ ସୁରକ୍ଷା ଦେବାରେ ବିଫଳ। ତେଣୁ ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ଉକ୍ତ ପୋଷ୍ଟରେ ଉଲ୍ଲେଖ ରହିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ମାଓବାଦୀ ପୋଷ୍ଟରଗୁଡିକୁ ଜବତ କରିଛି। ତେବେ ଏହି ମାଓବାଦୀ ପୋଷ୍ଟର ଅସଲି କି ନକଲି ତାହା ଜଣାପଡ଼ି ନ ଥିବା ବେଳେ ପୋଲିସ ଅଧିକ ତଦନ୍ତ ଜାରି ରଖିଥିବା ଏସ୍‌ଡିପିଓ ଆକାଶ ଚନ୍ଦ୍ର ସାହୁ କହିଛନ୍ତି।

Share