ଭୁରୁଷିଖମାର ଛକରେ ମାଓବାଦୀ ପୋଷ୍ଟର

ମୁନିଗୁଡ଼ା,୯।୭: ରାୟଗଡା ଜିଲା ମୁନିଗୁଡ଼ା ଥାନା ଅନ୍ତର୍ଗତ ଲାଗିଥିବା ଦେଖିବାକୁ ମିଳିଛି। ଶେରକାପାଡିରୁ ନିୟମଗିରିକୁ ଯାଉଥିବା ରାସ୍ତା କାମ ବନ୍ଦ କରିବାକୁ ଏଥିରେ ଉଲ୍ଲେଖ କରାଯାଇଛି। ସରକାର ଆଦିବାସୀଙ୍କ ଠାରୁ ସବୁ ଜଙ୍ଗଲ ଜମି ପୁଞ୍ଜିପତିଙ୍କ ହାତକୁ ଟେକି ଦେଉଛନ୍ତି, ତେଣୁ ସରକାରଙ୍କୁ ବିରୋଧ କରନ୍ତୁ ବୋଲି ଏଥିରେ ଲେଖା ହୋଇଛି। ନିୟମଗିରି ଓ ଶାଶୁବହୁମାଳୀ ପର୍ବତରେ ଯେଉଁ ଦଲାଲମାନେ ବୁଲୁଛନ୍ତି ସେମାନେ ସାବଧାନ ରୁହନ୍ତୁ। ସେହିପରି ଗତ ମେ ୧୫ ତାରିଖରେ ହେବକୁ ଥିବା ବନ୍ଦ ଡାକରାକୁ ଯେଉଁମାନେ ବିରୋଧ ଓ ପୋଷ୍ଟରକୁ ଲୁଚାଇଛନ୍ତି ସେମାନଙ୍କୁ ପ୍ରଜା କୋର୍ଟରେ ଦଣ୍ଡ ଦିଆଯିବ ।

Share