Advertisement

ନାରାୟଣପାଟଣାରେ ମାଓବାଦୀ ପୋଷ୍ଟର

କୋରାପୁଟ,୨୨।୮(ଅମିତାଭ ବେହେରା) ନାରାୟଣପାଟଣାରେ ଲାଗିଛି ମାଓବାଦୀ ପୋଷ୍ଟର। ପୋଷ୍ଟର ଲଗାଇ ବହୁ ପ୍ରତୀକ୍ଷିତ ପ୍ରସ୍ତାବିତ ଚିନ୍ତାଗୁଡା ପ୍ରକଳ୍ପକୁ ବିରୋଧ କରିଛନ୍ତି ମାଓବାଦୀ। ସୂଚନାଯୋଗ୍ୟ, କୋରାପୁଟ ଜିଲାର ନାରାୟଣପାଟଣାରେ ଦୀର୍ଘ ବର୍ଷ ପରେ ମଙ୍ଗଳବାର ମାଓବାଦୀଙ୍କ ପୋଷ୍ଟର ମରାଯାଇଛି ା ନାରାୟଣପାଟଣା ବ୍ଲକର ଚିନ୍ତାଗୁଡା ଗ୍ରାମରେ
ଏହି ପୋଷ୍ଟର ଲଗାଯାଇଛି। ଏହି ପୋଷ୍ଟରକୁ ନାରାୟଣପାଟଣା ପୋଲିସ ଜବତ କରିଛି। ତେବେ
ଏହା ମାଓବାଦୀଙ୍କ କି ଅନ୍ୟ କୌଣସି ବ୍ୟକ୍ତିଙ୍କ କାମ ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share