କୋରାପୁଟ/ନାରାୟଣପାଟଣା,୨୧ା୬(ଅମିତାଭ ବେହେରା/ରାଜକିଶୋର ଜେନା): ଶୁକ୍ରବାର ଭୋର୍ରୁ କୋରାପୁଟ ଜିଲାର ବନ୍ଧୁଗାଁ ବ୍ଲକର ସରପଲ୍ଲୀ ଛକ ଓ ଅଲମଣ୍ଡା ଛକରେ ମାଓବାଦୀଙ୍କ ପୋଷ୍ଟର ମରାଯାଇଛି। ଏହାପରେ ମାଓବାଦୀ ସେମାନଙ୍କ ଉପସ୍ଥିତିକୁ ଏକ ପ୍ରକାର ଜାହିର କରିଛନ୍ତି। ତେଲ୍ଗୁରେ ଲେଖାଥିବା ଏହି ପୋଷ୍ଟରରେ ସରକାରଙ୍କ ବିରୋଧରେ ଉଲ୍ଲେଖ ରହିଛି। ସେହିପରି ବିଜେଡିର କିଛି କର୍ମକର୍ତ୍ତା ଓ ବନ ବିଭାଗର ଅଧିକାରୀଙ୍କୁ ଟାର୍ଗେଟ କରାଯାଇଥିବା ସୂଚନା ମିଳିଛି। ଏହି ମାଓବାଦୀ ପୋଷ୍ଟର ଛତିଶଗଡ, ଶ୍ରୀକାକୁଲମ ଓ କୋରାପୁଟ ଡିଭିଜନାଲ କମିଟି ପକ୍ଷରୁ ମରାଯାଇଛି। ବନ୍ଧୁଗାଁ ଥାନା ପୋଲିସ ଏହି ପୋଷ୍ଟରକୁ ଜବତ କରି ଏହା ମାଓବାଦୀଙ୍କର କାର୍ଯ୍ୟ ନା କାହାର ସେନେଇ ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ପ୍ରସନ୍ନ କୁମାର ମିଶ୍ର ପ୍ରକାଶ କରିଛନ୍ତି।