ଘାଟିକୁଣ୍ଡ୍ରୁରେ ଲାଗିଛି ମାଓବାଦୀ ପୋଷ୍ଟର

  • ଭବାନୀପାଟଣା,୨୯।୧୦(ଡି.ଏନ୍‌.ଏ.): ବେଶ୍‌ କିଛି ଦିନ ନୀରବତା ପରେ କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକରେ ଲାଲବାହିନୀ ତାର ଉପସ୍ଥିତି ଜାହିର କରିଛି। ଗୁରୁବାର ସକାଳୁ ମାଳିଯୁବାଙ୍ଗ ପଞ୍ଚାୟତ ଘାଟିକୁଣ୍ଡ୍ରୁଠାରେ ମାଓବାଦୀ ବ୍ୟାନର ଓ ପୋଷ୍ଟର ମାରିବା ସହ ସରକାର ଓ ପୋଲିସର ଦମନଲୀଳା ଚଳାଇଥିବା ଅଭିଯୋଗ କରିଛି ସଂଗଠନ। ଏହାସହିତ ଜନସାଧାରଣଙ୍କୁ ମାଓବାଦୀର ହାଡକୋର ଗ୍ରୁପ ପିପୁଲ୍ସ ଲିବରେସନ୍‌ ଗରିଲା ଆର୍ମିରେ ସାମିଲ ହେବାକୁ ବ୍ୟାନର ଜରିଆରେ ଆହ୍ବାନ ଦେଇଛି। ସେଥିରେ ଓଡ଼ିଶା ମାଓବାଦୀ (ସିପିଆଇ) ଓଡ଼ିଶା କମିଟି ବୋଲି ଲେଖାଯାଇଛି।