ଚିତ୍ରକୋଣ୍ଡା,୭।୬: ଦୀର୍ଘ ଦିନର ବ୍ୟବଧାନ ପରେ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଅଞ୍ଚଳର ଟନେଲ କ୍ୟାମ୍ପ ମୁଖ୍ୟ ରାସ୍ତାରୁ ସୋମବାର ମାଓବାଦୀଙ୍କ ଏକ ଧମକପୂର୍ଣ୍ଣ ପୋଷ୍ଟର ମିଳିଛି।
ଦଣ୍ଡକାରଣ୍ୟ ଡିଭିଜନ ପକ୍ଷରୁ ଲାଗିଥିବା ଏହି ପୋଷ୍ଟରରେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଉଲ୍ଲେଖ କରାଯାଇଛି। ଏପରି କି ମିତଲ କମ୍ପାନୀ ପକ୍ଷରୁ କରାଯାଉଥିବା ପାଇପ୍ ଲାଇନ କାମକୁ ବିରୋଧ କରାଯାଇଛି । ପୋଲିସ ଗଞ୍ଜେଇ ଗଛ କାଟିବା ଓ ଚୋରା ଚାଲାଣ ବନ୍ଦ କରିବା ନାଁରେ ନିରୀହ ଆଦିବାସୀଙ୍କୁ ଅତ୍ୟାଚାର କରୁଛି। ଏପର କି ପୋଲିସ ଆଦିବାସୀଙ୍କୁ ମିଥ୍ୟାରେ ମାଓବାଦୀ ଆଖ୍ୟା ଦେଇ ଦଣ୍ଡିତ କରୁଛି। ଆଗାମୀ ଦିନରେ ଏହାକୁ ବନ୍ଦ ନ କରାଗଲେ ପ୍ରଜା କୋର୍ଟରେ ଦଣ୍ଡିତ କରି ମୃତ୍ୟୁଦଣ୍ଡ ଦିଆଯିବ ବୋଲି ପୋଷ୍ଟରରେ ଲେଖା ହୋଇଛି।