ଅସ୍ତ୍ରଶସ୍ତ୍ର ବଦଳରେ ନକଲି ନୋଟ୍‌ ଛାପୁଛନ୍ତି ମାଓବାଦୀ, ଜାଲ୍‌ ନୋଟ୍‌ ସହ ମେଶିନ ଜବତ

ମାଲକାନଗିରି,୨୩ା୬(ଦୁର୍ଯ୍ୟୋଧନ ପାତ୍ର): ଅସ୍ତ୍ରଶସ୍ତ୍ର ବଦଳରେ ଲାଲ୍‌ବାହିନୀ ଏବେ ତିଆରି କରୁଛନ୍ତି ନକଲି ଟଙ୍କା। ମାଓବାଦୀ ଶିବିରରେ ଛପା ହେଉଛି ଏହି ନକଲି ନୋଟ୍‌। ଛତିଶଗଡ଼ରେ ଲଗାତର ଭାବେ ଚାଲିଥିବା ନକ୍ସଲ ବିରୋଧୀ ଅପରେଶନ ପରେ ଦୁର୍ବଳ ହୋଇପଡିଛି ମାଓବାଦୀ ସଂଗଠନ। କୁହାଯାଉଛି ଯେ, ବାହାର ଫଣ୍ଡିଂ ବନ୍ଦ ହେବା ପରେ ଏବେ ଖାଦ୍ୟ ସାମଗ୍ରୀ କିଣିବା ଲାଗି ମଧ୍ୟ ମାଓବାଦୀଙ୍କ ପାଖରେ ଟଙ୍କା ନାହିଁ। ତେଣୁ ନକଲି ଟଙ୍କା ତିଆରି କରି ଏବେ ହାଟ ବଜାରକୁ ଯାଉଛନ୍ତି ଲାଲ୍‌ବାହିନୀ। ମାଲକାନଗିରି ଛତିଶଗଡ଼ ସୀମାନ୍ତ ସୁକୁମା ଜିଲାର ଏକ ମାଓବାଦୀ ଶିବିର ଉପରେ ଚଢ଼ାଉ କରି ଏସବୁ ଖୁଲାସା କରିଛନ୍ତି ସୁକୁମା ଏସ୍‌ପି।

ଶନିବାର ମାଲକାନଗିରି ଛତିଶଗଡ଼ ସୀମାନ୍ତ ସୁକୁମା ଜିଲାରେ ହୋଇଛି ବଡ଼ଧରଣର ମାଓବାଦୀ ବିରୋଧୀ ଅପରେଶନ। ପ୍ରଥମଥର ଲାଗି ମାଓବାଦୀ ଶିବିରରୁ ଅସ୍ତ୍ରଶସ୍ତ୍ର ଓ ଗୋଳା ବାରୁଦ ସହ ମିଳିଛି ନକଲି ଟଙ୍କା ତିଆରି ମେଶିନ ଓ ଅନ୍ୟାନ୍ୟ ଉପକରଣ। ୫୦ ଟଙ୍କାଠାରୁ ଆରମ୍ଭ କରି ୧୦୦, ୨୦୦ ଓ ୫୦୦ ଟଙ୍କା ପରି ସବୁ ନୋଟ୍‌ ଛପା ଯାଉଥିଲା ଏହି କ୍ୟାମ୍ପରେ। ବେଶ କିଛି ଦିନ ଧରି ଅର୍ଥ ଅଭାବରେ ପୀଡ଼ିତ ଥିବା ଲାଲ୍‌ବାହିନୀ ବଜାରରେ ନକଲି ନୋଟ୍‌ ବ୍ୟବହାର କରୁଥିଲେ। କୋଣ୍ଟା ଥାନା ଅନ୍ତର୍ଗତ କୋରାଜଗୁଡ଼ା ଜଙ୍ଗଲ ଭିତରେ ଚାଲିଥିବା ଏକ ମାଓବାଦୀ କ୍ୟାମ୍ପ ଉପରେ ସିଆର୍‌ପିଏଫ୍‌, ଡିଆର୍‌ଜି ଓ ବସ୍ତର ଫାଇଟରସର ଯବାନମାନେ ମିଳିତ ଭାବେ ଚଢ଼ାଉ କରି ଏମିତି କିଛି ଖୁଲାସା କରିଛନ୍ତି ସୁକୁମା ଏସ୍‌ପି. କିରନ ଚୌହାନ।

ବହୁ ପରିମାଣର ନକଲି ଟଙ୍କା ସହ ୨୦୦ ବୋତଲ ନୋଟ୍‌ ତିଆରି କରିବା କଲର ମିଳିଛି ମାଓବାଦୀ କ୍ୟାମ୍ପରୁ । ଟଙ୍କା ତିଆରି କରିବା ମେଶିନ ସହ ସମସ୍ତ ଉପକରଣ ଜବତ କରିଛି ସୁକୁମା ପୋଲିସ। ୨୦୨୨ଠାରୁ ମାଓବାଦୀ ସଂଗଠନ ପକ୍ଷରୁ ପର୍ଯ୍ୟାୟ କ୍ରମେ କିଛି ନକ୍ସଲ କ୍ୟାଡରମାନଙ୍କୁ ଟଙ୍କା ତିଆରି କରିବା ଲାଗି ତାଲିମ ଦିଆଯାଉଥିଲା। ଯେତେବେଳେ ବନ୍ଧୁକର ବୁଲେଟ୍‌ରେ ଆଉ ପାରିଲେ ନାହିଁ। ସେତେ ବେଳେ ଭାରତର ଅର୍ଥ ବ୍ୟବସ୍ଥାକୁ ମାଓବାଦୀମାନେ ଦୁର୍ବଳ କରିବାକୁ ଚାହୁଁଛନ୍ତି ବୋଲି ସୁକୁମା ଏସ୍‌ପି. କହିଛନ୍ତି। ମାଓବାଦୀ ଶିବିରରୁ ଟଙ୍କା ଛପା ମେଶିନ ଜବତ କରିବା ସହ କିଛି ମାଓବାଦୀଙ୍କୁ ମଧ୍ୟ ଗିରଫ କରିଛି ସୁକୁମା ପୋଲିସ। ହେଲେ ସେମାନଙ୍କ ଖୁଲାସା ବର୍ତ୍ତମାନ ସୁଦ୍ଧା କରାଯାଇନାହିଁ। କାରଣ ଟଙ୍କା ତିଆରି କରିବା ପେପରଠାରୁ ଆରମ୍ଭ କରି ଅନ୍ୟ ସବୁ ଉପକରଣ ମାଓବାଦୀଙ୍କୁ କିଏ ଯୋଗାଉଥିଲା ତାହାର ତଦନ୍ତ କରୁଛି ସୁକୁମା ପୋଲିସ।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ମଣ୍ଡିରୁ ଉଠୁନି ଧାନ: ବଢୁଛି ଚାଷୀ ଅସନ୍ତୋଷ

ନୂଆପଡ଼ା,୧୨ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର ନୂଆପଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri