ଯବାନଙ୍କ ଶିବିର ଉପରେ ମାଓବାଦୀ ଆକ୍ରମଣ

ମାଲକାନଗିରି, ୬ା୬(ଦୁର୍ଯ୍ୟୋଧନ ପାତ୍ର)-ଛତିଶଗଡରରେ ପୁଣି ମାଓବାଦୀଙ୍କ ବର୍ବର କାଣ୍ଡ ଦେଖିବାକୁ ମିଳିଛି। ମାଓବାଦୀମାନେ ଯବାନଙ୍କୁ ଟାର୍ଗେଟ କରି ଇରାକବତୀ ସୁରକ୍ଷା ଶିବିର ଉପରକୁ ବିଜିଏଲ୍‌ ଲଞ୍ଚର ଓ ଗୁଳି ଚଳାଇ ଆକ୍ରମଣ କରିଛନ୍ତି।

ସୂଚନାନୁସାରେ, ଛତିଶଗଡ ନାରାୟଣପୁର ଜିଲା କୋହକେମେଟା ପୋଲିସ ଷ୍ଟେଶନ ଅଧୀନରେ ଥିବା ନୂତନ ପ୍ରତିଷ୍ଠିତ ଇରାକବତୀ ସୁରକ୍ଷା ବଳ ଶିବିର ଉପରେ ଗୁରୁବାର ମାଓବାଦୀମାନେ ୪ ଟି ଦେଶୀ ବିଜିଏଲ୍‌ ଲଞ୍ଚର ପକାଇବା ସହ ଗୁଳି ଚଳାଇଥିଲେ। ସେଥିରୁ କେବଳ ଗୋଟିଏ ବିଜିଏଲ ବିସ୍ଫୋରଣ ହୋଇଥିଲା। ତେବେ ଏହି ଆକ୍ରମଣରେ କ୍ୟାମ୍ପ କିମ୍ବା କୌଣସି ଯବାନଙ୍କର କ୍ଷୟକ୍ଷତି ହୋଇ ନ ଥିବା ଜଣାପଡିଛି। ଏହି ଆକ୍ରମଣ ପରେ ଶିବିରରେ ନିୟୋଜିତ ଯବାନମାନେ ପ୍ରତି ଆକ୍ରମଣ ପାଇଁ ପ୍ରସ୍ତୁତ ହୋଇଥିବା ବେଳେ ଏହା ଦେଖି ମାଓବାଦୀ ମାନେ ଘଞ୍ଚ ଜଙ୍ଗଲକୁ ପଳାଇ ଯାଇଥିବା ଜଣାପଡିଛି।

Share