ମାଲକାନଗିରି,୨୬ା୯(ଡି.ଏନ୍.ଏ.): ମାଲକାନଗିରି ସୀମାନ୍ତ ବିଜାପୁର ଜିଲାରେ ଏକଜୁଟ୍ ହୋଇ ୧୮ତମ ପ୍ରତିଷ୍ଠା ଦିବସ ପାଳନ କରିଛନ୍ତି ମାଓବାଦୀ। ପ୍ରତିବର୍ଷ ସେପ୍ଟେମ୍ବର ୨୧ରୁ ୨୭ ପର୍ଯ୍ୟନ୍ତ ମାଓବାଦୀମାନେ ଏହି ଦିବସ ପାଳନ କରିଥାନ୍ତି। ଏହି ପ୍ରତିଷ୍ଠା ଦିବସରେ ଶହ ଶହ ମାଓବାଦୀଙ୍କ ସହିତ ଆଖପାଖ ଅଞ୍ଚଳର ଅନେକ ଲୋକ ମଧ୍ୟ ସାମିଲ ହୋଇଥିଲେ। ଏହି ସଭାରେ ନାଚଗୀତର ଆସର ଜମିବା ସହ ନୂତନ କରି ହୋଇଥିବା ମାଓବାଦୀଙ୍କ ଶହୀଦ ସ୍ତମ୍ଭକୁ ମଧ୍ୟ ଉଦ୍ଘାଟନ କରାଯାଇଥିଲା। ଏହି ନାଚ ଗୀତ ପରେ ମାଓବାଦୀ ନେତାମାନେ ଭାଷଣ ମାଧ୍ୟମରେ ନିଜ ସଂଗଠନର କାର୍ଯ୍ୟ ଓ ନୀତିକୁ ଗ୍ରାମବାସୀଙ୍କ ନିକଟରେ କହିଥିଲେ। ଏଥିସହ ମାଓବାଦୀ ସଂଗଠନରେ ସାମିଲ ହେବାକୁ ଆଓ୍ବାନ କରିଥିଲେ। ଏହା ପରେ ଜଙ୍ଗଲ ଭିତରେ ଏକ ଶୋଭାଯାତ୍ରା ମଧ୍ୟ କରାଯାଇଥିଲା।