ମାଓବାଦୀଙ୍କ ବର୍ବରକାଣ୍ଡ: ଘରେ ପଶି ହାଣିଦେଲେ

ମାଲକାନଗିରି.୨୭।୧: କିଛି ଦିନର ନୀରବତା ପରେ ପୁଣି ମାଓବାଦୀମାନେ ଛତିଶଗଡ଼ ବିଜାପୁର କେଶମୁଣ୍ଡି ଗାଁରେ ବର୍ବରକାଣ୍ଡ ଭିଆଇଛନ୍ତି। ମାଓବାଦୀମାନେ କେଶମୁଣ୍ଡି ଗାଁରେ ପଶି ଜଣଙ୍କୁ କୁରାଢିରେ ହାଣି ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ମୃତକ ହେଲେ କେଶମୁଣ୍ଡି ଗାଁର ୪୧ ବର୍ଷୀୟ ଯୁବକ ଭାଦୁ ସୋଧି। ପୋଲିସ ଇନ୍‌ଫର୍ମର ସନ୍ଦେହରେ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି। ଏନେଇ ଗାଁ ଭୟର ବାତାବରଣ ଖେଳି ଯାଇଛି। ଖବର ପାଇ ପୋଲିସ ଗାଁ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଅନ୍ୟପକ୍ଷେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଏପରିକି ଏକ ପୋଲିସ ଟିମ୍‌ ମାଓବାଦୀଙ୍କ ଗତିବିଧି ଉପରେ ନଜର ରଖିଛି।

ସୂଚନାଯୋଗ୍ୟ, ଗତ ଜାନୁୟାରୀ ୬ତାରିଖରେ ଛତିଶଗଡ଼ ବସ୍ତର ଡିଭିଜନ ବିଜାପୁର କୁଟ୍ରୁ-ବେଡ୍ରେ ରାସ୍ତାରେ ମାଓବାଦୀମାନେ ଏକ ଆଇଇଡି ବିସ୍ଫୋରଣ ଖଞ୍ଜି ଯବାନଙ୍କ ଏକ ଗାଡ଼ିକୁ ଉଡ଼ାଇ ଦେଇଥିଲେ। ବିସ୍ଫୋରଣରେ ୯ଜଣ ଯବାନ ଶହୀଦ ହୋଇଥିଲେ। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ, ୫୦ ଫୁଟ ଉପରକୁ ଯବାନଙ୍କ ଗାଡ଼ି ଉଡି ଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସମିତିସଭ୍ୟ ଉପନିର୍ବାଚନ: ଭାଜପା ସମର୍ଥିତ ଶ୍ୟାମସୁନ୍ଦର ବିଜୟୀ

ବେଲଗୁଣ୍ଠା,୨୪ା୪(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ ଧୂମୁଛାଇ ପଞ୍ଚାୟତର ସମିତିସଭ୍ୟ ପଦବୀ ପାଇଁ ବୁଧବାର ଉପନିର୍ବାଚନ ହୋଇଥିଲା। ଗୁରୁବାର ଭୋଟ୍‌ ଗଣତି କରାଯାଇ...

ଜାଲ ସାର୍ଟିଫିକେଟ୍‌ ମାମଲା: ପୁଣି ଖୋଳତାଡ଼ ଆରମ୍ଭ କଲା ସିବିଆଇ

ବଲାଙ୍ଗୀର,୨୪ା୪(ବୀରେନ୍ଦ୍ର କୁମାର ଝାଙ୍କର)-୨୦୨୩ ମସିହାର ଚର୍ଚ୍ଚିତ ଜାଲ ସାର୍ଟିଫିକେଟ୍‌ ମାମଲାର ପୁନଃ ଖୋଲତାଡ ଆରମ୍ଭ କରିଛି ସିବିଆଇ ଟିମ୍‌। ସିବିଆଇର ଏକ ଟିମ୍‌ ବଲାଙ୍ଗୀରରେ ପହଞ୍ଚି...

Pahalgam Terror Attack: ସରକାର ମାନିଲେ ସୁରକ୍ଷାରେ ହୋଇଛି ତ୍ରୁଟି, ରିଜିଜୁ କହିଲେ…

ନୂଆଦିଲ୍ଲୀ,୨୪।୪: ପହଲଗାମ ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ସମସ୍ତ...

ଆରମ୍ଭ ହେଲା କବାଡ଼ି ପ୍ରମିୟର ଲିଗ୍‌: ସାମିଲ ହେଲେ ୧୨ ଦଳ

ସମ୍ବଲପୁର,୨୪ା୪(ବି.ଶଙ୍କର): ସମ୍ବଲପୁର କବାଡ଼ି କ୍ଲବ ଓ ସମ୍ବଲପୁର ବଏଜ ମିଳିତ ଆନୁକୂଲ୍ୟରେ ଆୟୋଜିତ ଦ୍ୱିତୀୟ ସମ୍ବଲପୁର କବାଡ଼ି ପ୍ରିମିୟର ଲିଗ(ଏସ୍‌କେପିଏଲ) ଗୁରୁବାର ରାତିରେ ଗଙ୍ଗାଧର ମୁକ୍ତ...

ପହଲଗାମ ମୃତକଙ୍କୁ ନାଗରିକ ମଞ୍ଚ ପକ୍ଷରୁ ଶ୍ରଦ୍ଧାଞ୍ଜଳି

ଦିଗପହଣ୍ଡି,୨୫।୪(ଅଶେଷ ନାଥ ମିଶ୍ର): ଜମ୍ମୁ-କଶ୍ମୀରର ପହଲଗାମ ଠାରେ ଆତଙ୍କବାଦୀ ଆକ୍ରମଣରେ ଅନେକ ପର୍ଯ୍ୟଟକ ମୃତ୍ୟୁବରଣ ହୋଇଛନ୍ତି। ସେମାନଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ...

ଆକ୍ରମଣ ପାଇଁ ପ୍ରସ୍ତୁତ ହେଲଣି ଭାରତୀୟ ବାୟୁସେନା? ଆକାଶରେ ଗର୍ଜିଲା ସୁଖୋଇ Su-30, ରାଫେଲ

ନୂଆଦିଲ୍ଲୀ,୨୪।୪: ପାକିସ୍ତାନ ପ୍ରାୟୋଜିତ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ଭାରତର ପ୍ରତିକ୍ରିୟା କଠୋର ଏବଂ ଆକ୍ରମଣାତ୍ମକ ହେବାରେ ଲାଗିଛି। ଭାରତୀୟ ବାୟୁସେନା ‘Aakraman’ ଅଭ୍ୟାସ ଆରମ୍ଭ...

ଛାତ୍ରୀଛାତ୍ର ପାଳିଲେ ଧରିତ୍ରୀ ଦିବସ: ପ୍ଲାଷ୍ଟିକମୁକ୍ତ ପରିବେଶକୁ ଗୁରୁତ୍ବ

ବରଗଡ଼,୨୪।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ପୁରୁଷୋତ୍ତମ ସରକାରୀ ଉଚ୍ଚ ବିଦ୍ୟାଳୟ, ରୁଚିଦାରେ ବୁଧବାର ଧରିତ୍ରୀ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର...

ଉତ୍ତମ ପ୍ରଦର୍ଶନ ପାଇଁ ବିଭିନ୍ନ ପଞ୍ଚାୟତ ସମ୍ମାନିତ

ନୂଆପଡ଼ା,୨୫ା୪ (ମକାରୁ ବେମାଲ):ସ୍ଥାନୀୟ ପୋଲିସ ପଡିଆଠାରେ ଜିଲାସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ ହୋଇଯାଇଛି। ନୂଆପଡ଼ା ଜିଲାପାଳ ମଧୁସୂଦନ ଦାଶ ମୁଖ୍ୟଅତିଥି ଓ କଳାହାଣ୍ଡି ଏମ୍‌ପି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image