ଯବାନଙ୍କ କ୍ୟାମ୍ପ୍‌ ଉପରେ ମାଓବାଦୀଙ୍କ ଗୁଳିବର୍ଷଣ: ୪ ଯବାନ ଆହତ

ମାଲକାନଗିରି,୧୮ା୪(ଡି.ଏନ୍‌.ଏ.): ମାଲକାନଗିରି-ଛତିଶଗଡ଼ ସୀମାନ୍ତ ବିଜାପୁର ଜିଲାରେ ପୋଲିସ କ୍ୟାମ୍ପ୍‌ ଉପରେ ମାଓବାଦୀ ହମଲା କରିଛନ୍ତି। କୁଟରୁ ଥାନା ଅନ୍ତର୍ଗତ ଦରଭା ପୋଲିସ କ୍ୟାମ୍ପ୍‌ ଉପରେ ରବିବାର ରାତିରେ ଶତାଧିକ ମାଓବାଦୀ ଆକ୍ରମଣ କରିଥିଲେ। ମାଓବାଦୀଙ୍କ ପକ୍ଷରୁ ଗୁଳି ଚାଳନା କରାଯିବା ସହ ବୋମା ବିସ୍ଫୋରଣ ମଧ୍ୟ କରାଯାଇଥିଲା। ଦୀର୍ଘ ୪ ଘଣ୍ଟା ଧରି ଏହାର ପାଲଟା ଜବାବ ମଧ୍ୟ ଦେଇଥିଲେ ସୁରକ୍ଷାକର୍ମୀ । ତେବେ ମାଓବାଦୀଙ୍କ ଆକ୍ରମଣରେ ୪ଜଣ ଯବାନ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଗୁରୁତର ଦୁଇ ଜଣଙ୍କୁ ବାୟୁ ସେନାର ହେଲିକେପ୍ଟର ଯୋଗେ ରାୟପୁର ସ୍ଥାନାନ୍ତର କରାଯାଇଛି। ଅନ୍ୟ ଦୁଇ ଜଣଙ୍କୁ ବିଜାପୁର ଜିଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଘଟଣା ପରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିବା ବେଳେ ସେଠାରେ ଯବାନଙ୍କ ପକ୍ଷରୁ କମ୍ବିଂ ଅପରେଶନ ଜୋରଦାର କରାଯାଇଛି।

Share