Categories: ଜାତୀୟ

ଟିଆର୍‌ଏସ୍‌ କର୍ମୀଙ୍କୁ ହତ୍ୟାକଲେ ମାଓବାଦୀ

ହାଇଦ୍ରାବାଦ, ୧୨।୧୦: ତେଲଙ୍ଗାନାର ମୁଲୁଗୁ ଜିଲା ଅନ୍ତର୍ଗତ ଆଲୁବାକା ଗ୍ରାମରେ ମାଓବାଦୀମାନେ ଜଣେ ଟିଆର୍‌ଏସ୍‌ କର୍ମୀଙ୍କୁ ଛୁରି ଭୁସି ହତ୍ୟା କରିଛନ୍ତି। ମାଓବାଦୀଙ୍କୁ ଟଙ୍କା ଦେବାକୁ ମନା କରିବାରୁ ସେମାନେ ଏଭଳି ବର୍ବରକାଣ୍ଡ ଭିଆଇଛନ୍ତି। ପୋଲିସ ଘଟଣାର ଛାନ୍‌ଭିନ୍‌ ଆରମ୍ଭ କରିଛି। ୬ ସଶସ୍ତ୍ର ମାଓବାଦୀ ଶନିବାର ରାତିରେ ଟିଆର୍‌ଏସ୍‌ କର୍ମୀ ମଦୁରି ଭିମେଶ୍ୱର ରାଓଙ୍କୁ ରାତି ଅଧରୁ ଉଠାଇ ଆଣିଥିଲେ। ସ୍ତ୍ରୀଙ୍କ ଅନୁରୋଧ ସତ୍ତ୍ୱେ ସେମାନେ ତାଙ୍କୁ ଛୁରାମାଡ଼ କରିଥିଲେ। ଘଟଣାସ୍ଥଳରେ ସେ ପ୍ରାଣ ହରାଇଥିଲେ। ଗ୍ରାମରେ ସାର ଦୋକାନ କରି ରାଓ ଚଳୁଥିଲେ ବୋଲି ପୋଲିସ କହିଛି।

Share