ଛତ୍ରା,୨୬ା୫: ଝାଡ଼ଖଣ୍ଡର ଛତ୍ରା ଜିଲାରେ ପୋଲିସ ଇନ୍ଫର୍ମର ସନ୍ଦେହରେ ମାଓବାଦୀମାନେ ବାପ-ପୁଅଙ୍କୁ ହତ୍ୟା କରିଛନ୍ତି। କୁଣ୍ଡା ଥାନା ଅଧୀନ ହିନ୍ଦିଆକାଲା ଗ୍ରାମରେ ଏହି ଘଟଣା ଘଟିଛି।
ଆଦିବାସୀ ସମ୍ପ୍ରଦାୟର ଛେଦି ବିହୋର ଓ ତାଙ୍କ ପୁଅ ପଙ୍କଜଙ୍କୁ ମାଓବାଦୀମାନେ ୧୦,୦୦୦ ଟଙ୍କା ମାଗିଥିଲେ। ଟଙ୍କା ପାଇବା ପରେ ଉଭୟଙ୍କୁ ତ୍ରିତିୟା ସମ୍ମେଳନ ପ୍ରସ୍ତୁତି କମିଟିର ୬୦ରୁ ୭୦ ମାଓବାଦୀ ମାଡ଼ ମାରିବା ସହ ଗୁଳି କରିଥିବା ସ୍ଥାନୀୟ ଏସ୍ପି ବିକାଶ ପାଣ୍ଡେ ସୂଚନା ଦେଇଛନ୍ତି।