ନୂଆପଡ଼ା ଅଫିସ,୧୯ା୮: ନୂଆପଡ଼ା ଜିଲା କୋମନା ଥାନା ସୁନାବେଡ଼ା ଅଭୟାରଣ୍ୟ ଭିତରେ ଥିବା ଢେକୁନପାନି ଗାଁ ନିକଟରେ ପୋଲିସ ଇନ୍ଫର୍ମର ସନ୍ଦେହରେ ଜଣକୁ ହତ୍ୟା କରିଛନ୍ତି ମାଓବାଦୀ। କେବଳ ସେତିକି ନୁହେଁ, ମୃତଦେହ ନିକଟରେ ପୋଷ୍ଟର ଛାଡ଼ି ଚାଲି ଯାଇଥିବା ନେଇ ନୂଆପଡ଼ା ଏସ୍ପି ସୂଚନା ଦେଇଛନ୍ତି।
ମୃତକ ହେଉଛନ୍ତି ଢେକୁନପାନି ଗାଁର। ସେ ଦୀର୍ଘଦିନ ଧରି ଛତିଶଗଡ଼ ନଗରାରେ ରହୁଥିଲେ। ଏବେ କିଛିମାସ ହେବ ଢେକୁନପାନିରେ ଆସି ରହୁଥିଲେ। ଗୁରୁବାର ରାତିରେ ତାଙ୍କୁ ହତ୍ୟା କରାଯାଇଛି। ଏନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି।