ରାସ୍ତାରେ ଆଇଇଡି ଖଞ୍ଜିଥିଲେ ମାଓବାଦୀ, ଯବାନଙ୍କ ପିକ୍‌ଅପ୍‌ ଯିବା ସମୟରେ…

ମାଲକାନଗିରି,୨୪ା୩(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁର ଓ ଭୋପାଳପାଟନମ୍‌ ଜାତୀୟ ରାଜପଥରେ ମାଓବାଦୀମାନେ ଏକ ବଡ଼ଧରଣର ବିସ୍ଫୋରଣ ଘଟାଇଛନ୍ତି। ବିଜାପୁର ଗୋର୍ଲା ନାଲା ନିକଟରେ ଘଟିଥିବା ମାଓବାଦୀ ବିସ୍ଫୋରଣରେ ସୁରକ୍ଷା ବାହିନୀଙ୍କ ପିକ୍‌ଅପ୍‌ ଭ୍ୟାନ୍‌ ଅଳ୍ପକେ ବର୍ତ୍ତି ଯାଇଛି। ଯବାନମାନଙ୍କୁ ଟାର୍ଗେଟ୍‌ କରି ମାଓବାଦୀମାନେ ଏକ ଶକ୍ତିଶାଳୀ ଆଇଇଡି ବିସ୍ଫୋରଣ କରିଥିଲେ। ଏଥିଯୋଗୁ ରାସ୍ତାରେ ବିଶାଳ ଗର୍ଭ ସୃଷ୍ଟି ହାଇଛି। ବିଜାପୁର ଗୋର୍ଲା ନାଲା ନିକଟରେ ଆଇଇଡି ଖଞ୍ଜି ଥିଲେ। ସେହି ରାସ୍ତା ଦେଇ ଯବାନମାନେ ଏକ ପିକ୍‌ଅପ୍‌ ଭ୍ୟାନ୍‌ରେ ଯାଉଥିବା ବେଳେ ମାଓବାଦୀମାନେ ବିସ୍ଫୋରଣ ଘଟାଇଥିଲେ। ମାତ୍ର ବିସ୍ଫୋରଣ ପୂର୍ବରୁ ଏହି ରାସ୍ତା ପିକ୍‌ଅପ୍‌ ପ୍ରାୟତଃ ଅତିକ୍ରମା କରିସାରିଥିବାରୁ ଯବାନମାନେ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି। ତେବେ ଏଥିରେ କିଛି ଯବାନ ଆହତ ହୋଇଥିବା ସୂଚନା ମିଳିଛି। ବିସ୍ଫୋରଣ ଘଟାଇ ତୁରନ୍ତ ମାଓବାଦୀମାନେ ଯବାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଯବାନମାନେ ମଧ୍ୟ ପାଲଟା ଜବାବ ଦେଇଥିଲେ। ବର୍ତ୍ତମାନ ସେହି ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ତଲାସି ଅଭିଯାନ ଜାରି ରହିଛି। ଘଟଣାସ୍ଥଳକୁ ଅତିରିକ୍ତ ସୁରକ୍ଷା ବାହିନୀ ପଠାଯାଇଛି। ବିସ୍ଫୋରଣ ଯୋଗୁ ରାସ୍ତାରେ ସୃଷ୍ଟି ହୋଇଥିବା ବିଶାଳ ଗର୍ତ୍ତକୁ ପୋତି ଯାନବାହନ ଚଳାଚଳକୁ ସ୍ବାଭାବିକ କରିବା ଲାଗି ପଦପେକ୍ଷ ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍କଳ ଯାଦବ ମହାସଭା ପକ୍ଷରୁ ସରପଞ୍ଚ ସମ୍ମାନୀତ

ଦିଗପହଣ୍ଡି,୨୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ସରପଞ୍ଚ ତଥା ଗଞ୍ଜାମ ଜିଲା ସରପଞ୍ଚ ସଂଘ ସଭାପତି ଏବଂ ଷୋହଳ ଖଣ୍ଡ...

କଂଗ୍ରେସ ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କହିଲେ -ଏମିତି କ’ଣ ଘଟିଛି ଯେ…

ଭୁବନେଶ୍ୱର,୨୬।୩: ଓଡ଼ିଶାରେ ଭାଜପା ସରକାର କ୍ଷମତାକୁ ଆସିବା ପରଠାରୁ ମହିଳା ବିରୋଧୀ ଅପରାଧ ବଢ଼ିବାରେ ଲାଗିଥିବା ଅଭିଯୋଗ ଆଣି କଂଗ୍ରେସ ଗୃହ କମିଟି ଗଠନ ଦାବିରେ...

ବନ୍ଦେ ଭାରତ ଉପରେ ପଥର ମାଡ଼

ରାଉରକେଲା,୨୬ା୩(ସଙ୍ଗୀତା ଜେନା): ପୁରୀରୁ ରାଉରକେଲା ଅଭିମୁଖେ ଆସୁଥିବା ବନ୍ଦେଭାରତ ଏକ୍ସପ୍ରେସ୍‌ରେ ବୁଧବାର ପଥର ମାଡ଼ ହୋଇଛି। ଏକ ବଗିର ଝରକା ପାଖ କାଚ ଭାଙ୍ଗି ଯାଇଥିବା...

ନବନିଯୁକ୍ତ ବିଡିଓ ଅନାମିକା ପାଣ୍ଡେଙ୍କୁ ସରପଞ୍ଚ ସଂଘ ପକ୍ଷରୁ ସମ୍ବର୍ଦ୍ଧନା

ଦିଗପହଣ୍ଡି,୨୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ସରପଞ୍ଚ ସଂଘ ପକ୍ଷରୁ ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟରେ ନବ ନିଯୁକ୍ତ ବିଡିଓ ଅନାମିକା ପାଣ୍ଡେଙ୍କୁ ସମ୍ବର୍ଦ୍ଧନା...

ପୁଅ ବାହାଘର ପୂର୍ବରୁ ସ୍ତ୍ରୀ’କୁ ପଥରରେ ଛେଚି ହତ୍ୟା, ଅଭିଯୁକ୍ତ ଗିରଫ

ସୁନ୍ଦରଗଡ,୨୬।୩(ଅନନ୍ତ ପଟେଲ): ମହୁଲ ଗୋଟାଇବାକୁ ଯାଇଥିବା ବେଳେ ସ୍ତ୍ରୀ’କୁ ପଥରରେ ଛେଚି ହତ୍ୟା କଲେ ସ୍ୱାମୀ। ଏଭଳି ଅମାନବୀୟ କାଣ୍ଡ ଘଟିଛି ସୁନ୍ଦରଗଡ ଜିଲା ତଳସରା...

ବିଧାନସଭାରେ ବିବୃତି ରଖିଲେ ବାଚସ୍ପତି, କହିଲେ…

ଭୁବନେଶ୍ୱର,୨୬।୩: ବିଧାନସଭାରେ କଂଗ୍ରେସ ବିଧାୟକଙ୍କୁ ନିଲମ୍ବନ ପ୍ରସଙ୍ଗ ଉପରେ ବିବୃତି ରଖିଲେ ବାଚସ୍ପତି ସୁରମା ପାଢ଼ୀ। ୨୫ ସୁଦ୍ଧା ନିର୍ଦ୍ଧରିତ ସମୟରୁ ୩୯ ଘଣ୍ଟା ୨...

‘ଦିଲ୍ଲୀରୁ ଆସିଛି ନିର୍ଦ୍ଦେଶ, ବିଧାନସଭାକୁ ଓ୍ବାସ୍‌ଆଉଟ୍‌ ଲାଗି ଷଡ଼ଯନ୍ତ୍ର ହେଉଛି’

ଭୁବନେଶ୍ୱର,୨୬।୩: ବିଧାନସଭାରୁ କଂଗ୍ରେସର ବିଧାୟକଙ୍କୁ ନିଲମ୍ବନ କରାଯିବା ପରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି। ଗୋଟିଏ ପଟେ କଂଗ୍ରେସର ବିଧାୟକମାନେ ଏହାକୁ ପ୍ରତିବାଦ କରୁଥିବା ବେଳେ...

ମନ୍ଦିର ଭିତରେ ଗହଳି ଦେଖି ଲୁଟୁଥିଲେ ସୁନା ଅଳଙ୍କାର, ଏବେ ଧରା ପଡ଼ିଲେ ମହିଳା ଗ୍ୟାଙ୍ଗ୍‌

ବ୍ରହ୍ମପୁର,୨୬ା୩: ବ୍ରହ୍ମପୁରର ଏକ ମହିଳା ଲୁଟେରା ଗ୍ୟାଙ୍ଗକୁ ବୁଧବାର ଧରିଛି ପୋଲିସ॥ ବୈଦ୍ୟନାଥପୁର ଥାନା ପୋଲିସ ଦ୍ବାରା ୬ ମହିଳାଙ୍କ ସମେତ ୭ ଜଣଙ୍କୁ ଗିରଫ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image